No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ , ବୁଧବାର) ନୂଆଦିଲ୍ଲୀ :- ରାଜ୍ୟ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ ଏଣୁ ମିଶନ ଢାଞ୍ଚାରେ ଟିକାଦାନ କାର୍ଯ୍ୟକାରୀ କରାଯାଉ । ଟିକାର ଅଭାବ ରହିବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପ୍ରତିଶ୍ରୁତି ଦେଇଛନ୍ତି । ଦୈନିକ ଭିତ୍ତିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ସମୟରେ ସେ ଏହା କହିଛନ୍ତି ।
ଛତିଶଗଡ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ,କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ପଞ୍ଜାବ ଓ ରାଜସ୍ଥାନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡିକ ସଂକ୍ରାନ୍ତରେ ସମୀକ୍ଷା ବେଳେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଏହି ୧୧ଟି ରାଜ୍ୟରେ ଶତକଡା ୫୪ଭାଗ ସଂକ୍ରମଣ ଓ ଶତକଡା ୬୫ଭାଗ ମୃତ୍ୟୁ ହାର ରହିଛି । ଗତ ୧୪ଦିନ ଭିତରେ ମହାରାଷ୍ଟ୍ର ଓ ପଞ୍ଜାବରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସାରା ଦେଶରେ ଶତକଡା ୬୪ଭାଗ ମୃତ୍ୟୁ କେବଳ ଏହି ଦୁଇଟି ଯାକ ରାଜ୍ୟ ବୋଲି ଆକଳନ କରାଯାଇଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result