• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଅପରାଧ ଓ ଦୁର୍ନୀତି ର ସ୍ୱରକୁ ଚାପିବା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେ ଅସୁରକ୍ଷିତ, ସବୁ କ୍ଷେତ୍ରରେ ସାମ୍ବାଦିକ ଆକ୍ରୋଶର ଶିକାର

Proprietor Abhimanyu Maharana by Proprietor Abhimanyu Maharana
February 19, 2020
in ଅପରାଧ, ଓଡ଼ିଶା, ହୋମ୍
0
ଅପରାଧ ଓ  ଦୁର୍ନୀତି ର ସ୍ୱରକୁ  ଚାପିବା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେ ଅସୁରକ୍ଷିତ, ସବୁ କ୍ଷେତ୍ରରେ ସାମ୍ବାଦିକ ଆକ୍ରୋଶର  ଶିକାର
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ୍ ) ବାଙ୍କୀ 19/02/2020 :- ବାଙ୍କୀ ସାମ୍ବାଦିକ ହତ୍ୟା, ସମଗ୍ର ରାଜ୍ୟରେ ଏବେ ଅପରାଧ ଓ ଦୁର୍ନୀତି ବିରୁଦ୍ଧରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେ ଅହରହ ଉଦ୍ୟମ ଜାରି ରଖୁଥିବାବେଳେ ଦୁର୍ନୀତି ଓ ଅପରାଧ କୁ ଘଣ୍ଟ ଘୋଡାଇବାପାଇଁ ଏବେ କାର୍ଯ୍ୟରତ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ହେବାସହ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଇଚି, କୋଉଠୁ ହତ୍ୟା ତା କୋଉଠୁ ଆକ୍ରମଣ କରାଯାଉଛି ସାମ୍ବାଦିକ ମାନଙ୍କୁ, ଏକରମ ରାଜ୍ୟରେ ଏବେ ମିଡ଼ିଆ ସବୁକ୍ଷେତ୍ରରେ ଜନସାଧାରଣ ମାନଙ୍କୁ ନ୍ୟାୟ ଦେବାକୁ ଆଗେଇଆସିଥିବାରୁ ସ୍ୱାର୍ଥ କୈନ୍ଦ୍ରିକ ବ୍ୟକ୍ତି ବିଶେଷ ମାନେ ସାମ୍ବାଦିକ ମାନଙ୍କ ପ୍ରତି ଆକ୍ରମଣର ପନ୍ଥା ବାଛିନେଇଛନ୍ତି, ଏଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି ସେଇ ଚର୍ଚିତ କଟକ ଜିଲ୍ଲା ଖୁଣ୍ଟୁଣୀ କଖଡି ଅଂଚଳରେ, ଏହି ଅଂଚଳରେ ହାତୀ ଉଜାଡି ଦେଉଛି ଫସଲ,ବିଚରା ଚାଷୀ ଏହାର ପ୍ରତିବାଦ କରିବାରୁ ବିଭାଗ ଦ୍ୱାରା ଆକ୍ରୋଶର ଶୀକାର ହେଉଛି, ଆଉ ଏହି ଖବର ପରିବେଷଣ କରିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ, ଏଠି ହାତୀ ମଣିଷ ଭିତରେ ଚାଲିଛି ଲଢେଇ l ଗରୀବ ଚାଷୀର କ୍ଷେତରୁ ଜଙ୍ଗଲୀ ହାତୀ ଉଜାଡ଼ିଦେଉଛି ସୁନାର ଫସଲ l

ଅଥଚ ! ବନବିଭାଗକୁ ଯେତେ ଗୁହାରୀ କଲେ କେହି ଶୁଣିବାର ନାଆଁ ଧରୁନାହାନ୍ତି l ହାତୀ ଘଉଡାଇବା ଓ ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ, ବନବିଭାଗ ପୁରା ବେଫିକର l ଏସବୁ ଘଟଣା ଗଣମାଧ୍ୟମରେ ପ୍ରକାଶ କରିବାରୁ ପୋଲିସ ଓ ବନବିଭାଗ, ଉଭୟଙ୍କ ଆକ୍ରୋଶର ଶୀକାର ହୋଇଛି କଟକ ଜିଲ୍ଲା ଖୁଣ୍ଟୁଣୀ ବନବିଭାଗ ଅଂଚଳ କଖଡି ଗ୍ରାମର ଗୋଟିଏ ପରିବାର l ଆମେ ପହଞ୍ଚିଥିଲୁ ଚୌଦ୍ୱାର ଥାନା କଖଡି ପଞ୍ଚାୟତରେ l ଏହି ପଞ୍ଚାୟତର ଚାଷୀଙ୍କ ବିଲରେ ଆଖୁ ଫସଲ ଓ ଧାନ ଫସଲ ହାତୀ ଉଜାଡୁଥିବା ଅଭିଯୋଗ ହୋଇଥିଲା l ବନବିଭାଗ ବିଳମ୍ବରେ ପହଞ୍ଚିବାରୁ ଚାଷୀ ଉତ୍ତୋଜିତ ହୋଇଥିଲେ ବୋଲି ଆଲୋଚନାରୁ ଜଣାପଡିଥିଲା l ସେତେବେଳେ ଏହି ଘଟଣାକୁ ନେଇ ଚୌଦ୍ୱାର ଥାନାରେ ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଥିଲା l ତେବେ ପ୍ରଦୀପ ନାୟକ ନାମକ ଜନୈକ ସାମ୍ବାଦିକ ଓ ତାଙ୍କ ପରିବାର ପ୍ରତି ବନବିଭାଗ ଜାଣିଶୁଣି ବିଭିନ୍ନ ସମୟରେ ଅତ୍ୟାଚାର କରିବା ଅଭିଯୋଗ ହୋଇଛି l ଯେଉଁ ଶହଶହ ଚାଷୀ ବନ କର୍ମଚାରୀଙ୍କୁ ସେମାନଙ୍କ ଦାୟୀତ୍ୱ ହୀନତା ସମ୍ପର୍କରେ ସେଦିନ ଚେତାଇ ଦେଇଥିଲେ, ଏହାକୁ ଅଳକରି ସାମ୍ବାଦିକ ପ୍ରଦୀପ ନାୟକଙ୍କ ଉପରେ ତହିଁଆରଦିନ ରାତିରେ ବନବିଭାଗର ଜୁଲମ ଦାଣ୍ଡରେ ପଡି ହାଟରେ ଗଡିଥିଲା l ବନ ବିଭାଗର ଚକ୍ରାନ୍ତ ଯୋଗୁଁ ମିଛ ମାମଲାରେ ଛନ୍ଦିହୋଇ ଘରୁ ଫେରାର ଥିବା ସାମ୍ବାଦିକ ପ୍ରଦୀପ ନାୟକ ଓଡିଶା ଉଚ୍ଚ ନ୍ୟାୟାଳୟରୃ ଜାମିନରେ ଆସି ଥାନାରେ ରିକଲ ଲେଟର ଦେବାର ଚବିଶ ଘଣ୍ଟ ନପୂରୁଣୁ ସୋମବାର ସନ୍ଧ୍ୟାରେ ପୁନର୍ବାର ପ୍ରଦୀପର ଘର ଉପରେ ବନବିଭାଗ ଚଢ଼ାଉ କରି ତାଙ୍କୁ ଘରୁ ଉଠାଇ ଆଣିବାସହ ତାଙ୍କ ପରିବାରକୁ ଆକ୍ରମଣ କରିବା ଏବଂ ତାଙ୍କ ଘରେ ନିଆଁ ଲଗେଇଦେବା ଭଳି ସଂଗୀନ ଅଭିଯୋଗ ଚୌଦ୍ୱାର ଥାନାରେ 17 ତାରିଖ ରାତିରେ ହୋଇଛି l ପୋଲିସ ପ୍ରଦୀପର ବାପା ଓ ମାଆଙ୍କୁ ସେହି ରାତିରେ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଉଛି ଏବଂ ତାଙ୍କ ଏତଲା ଗ୍ରହଣ କରିଛି l କିନ୍ତୁ ଆଶ୍ଚର୍ଯ୍ୟର କଥା ଅଗ୍ନିଶମ ସେବା ସଂସ୍ଥା ନିଆଁ ଲିଭାଇବାକୁ କଖଡି ଗାଆଁରେ ପହଂଚି ଥିଲାବେଳେ ପୋଲିସ କରୁଛି କଣ ? ବନ ବିଭାଗ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ଏବଂ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଭରପୁର ଉଦ୍ୟମ କରିଛି l

ଜଣେ ସାମ୍ବାଦିକଙ୍କୁ ରାତି ଅଧିଆ ବନ୍ଧୁକ ଦେଖାଇ ଘରୁ ଉଠାଇନେବା ଓ ତାଙ୍କ ବାପା ଓ ମାଆଙ୍କୁ ମାଡମାରି ଗୁହାଳ ଘରେ ନିଆଁ ଲଗାଇ ଭୟଭୀତ କରାଇବା ସହିତ ନିଜ ଦୋଷକୁ ଲୁଚାଇବାକୁ ଯାଇ ମଙ୍ଗଳବାର ସକାଳୁ ନିଜ ବିଭାଗର କର୍ମଚାରୀଙ୍କୁ ପଠାଇ ଥାନାରେ ମିଥ୍ୟା ଅଭିଯୋଗ ଦେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବୀ ହୋଇଛି l କାହା ଚାପରେ ଆଠଗଡ଼ ବନବିଭାଗ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଚି ଏବଂ ସ୍ଥାନୀୟ ପୋଲିସ ନିରୀହ ଚାଷୀ ପରିବାର ବିରୁଦ୍ଧରେ ମିଥ୍ୟା ମାମଲାକୁ ପ୍ରଶ୍ରୟ ଦେଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି l ଜଣେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ ନାୟକ ଏବଂ ତାଙ୍କ ପରିବାର ଉପରେ ଜଙ୍ଗଲ ବିଭାଗର ଜୁଲମ ସମ୍ପର୍କରେ ବାସ୍ତବ ଚିତ୍ର ପରଖିବା ପାଇଁ ଷ୍ଟେଟ ସାମ୍ବାଦିକ ୟୁନିୟନ ଓଡିଶା କଟକ ଜିଲ୍ଲା ଶାଖା ସଭାପତି ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଭ୍ୟ ଦୀପକ ମଙ୍ଗରାଜ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ସାହୁ, ସାମ୍ବାଦିକ ସେକ ଜାଭେଦ, ସାମ୍ବାଦିକ ସନ୍ତୋଷ ବାରିକ, ସାମ୍ବାଦିକ ସୁରେଶ ବଳ, ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ କଖଡି ଗ୍ରାମରେ ପହଂଚି ପୀଡିତ ପରିବାରକୁ ସାକ୍ଷାତ କରିବା ସହିତ ପଞ୍ଚାୟତର ବହୁ ଚାଷୀଙ୍କୁ ଭେଟି ହାତୀ ଆତଙ୍କ ଓ ବନବିଭାଗର ଜୁଲମ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ l ସମସ୍ତ ତଥ୍ୟ ରାଜ୍ୟ ସଂଘକୁ ପ୍ରଦାନ କରାଯାଇଥିଲାବେଳେ ଖୁବ ଶୀଘ୍ର ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା l ତେବେ ଆଗକୁ ଦେଖିବାକୁ ବାକି ରହିଲା ଜଙ୍ଗଲ ବିଭାଗର ଏଭଳି ଜଙ୍ଗଲରାଜ ଆଗରେ କେତେ ଚାଷୀ ସର୍ବସ୍ୱାନ୍ତ ହେଉଛନ୍ତି ଓ ଗଣମାଧ୍ୟମର କଣ୍ଠରୋଧ କରି ନିଜକୁ ଦକ୍ଷ ସରକାରୀ କର୍ମଚାରୀ ବୋଲି ଡିଣ୍ଡିମ ପିଟୁଥିବା ଅଧିକାରୀଙ୍କ ଅସଲ ମୁଖା କେବେ ଖୋଲୁଛି !, ଏହି ପରି ସାମ୍ବାଦିକ ଆକ୍ରୋଶ ଶିକାର ଘଟଣା, ବାଙ୍କୀ ସାମ୍ବାଦିକ ହତ୍ୟା ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ସରକାର ନନେଲେ ଆସନ୍ତା ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସଂଘ ଚେତାବନୀ ଦେଇଛି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

March 7, 2026
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026

Recent News

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

March 7, 2026
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version