No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) କୋଲକାତା :- ମମତା ବାନାର୍ଜୀ କହିଛନ୍ତି ଯେ ସେ ଗୋଟିଏ ଗୋଡ଼ରେ ବଙ୍ଗଳା ଜିତିବେ ଓ ଭବିଷ୍ୟତରେ ଦୁଇ ଗୋଡ଼ରେ ଦିଲ୍ଲୀ ଜିତିବେ । ନିକଟରେ ମମତା ବାନାର୍ଜୀ ସମସ୍ତ ବିରୋଧୀ ଦଳଙ୍କୁ ଚିଠି ଲେଖି ଏକଜୁଟ ହେବା ପାଇଁ କହିଥିଲେ । ସେ ଅଣ-ବିଜେପି ନେତାମାନଙ୍କୁ ଏକ ଚିଠି ଲେଖି କେନ୍ଦ୍ରରେ ବିଜେପି ସରକାରଙ୍କ କଥିତ ଜନ ବିରୋଧୀ ନୀତି ବିରୋଧରେ ଏକଜୁଟ ହୋଇ ମିଳିତ ଭାବେ ଲଢେଇ କରିବାକୁ ଆହ୍ୱାନ କରିଛନ୍ତି । ବାନାର୍ଜୀ ସୋନିଆ ଗାନ୍ଧୀ, ଶରଦ ପାୱାର, ଏମ.କେ ଷ୍ଟାଲିନ, ଅଖିଲେଶ ଯାଦବ, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲ, ନବୀନ ପଟ୍ଟନାୟକ, ଜଗନ୍ ରେଡ୍ଡୀ, କେ.ଏସ୍ ରେଡ୍ଡୀ, ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତିଙ୍କୁ ସମର୍ଥନ କରିବାକୁ କହିଛନ୍ତି । ତାଙ୍କ ପଦକ୍ଷେପ ପରାଜୟର ଭୟ କାରଣରୁ ଏକ ନିରାଶାଜନକ ରୂପେ ଦେଖାଗଲା । କିନ୍ତୁ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ନନ୍ଦିଗ୍ରାମ ଜିତୁଛି । ମୋତେ ଏଠାରେ କେହି ପିଟି ପାରିବେ ନାହିଁ ।
୧୦ ମାର୍ଚ୍ଚରେ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହୋଇଥିଲେ ୧୦ ମାର୍ଚ୍ଚରେ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହୋଇଥିଲେ । ଆଘାତକୁ ଆକ୍ରମଣ ବୋଲି କହି ମମତା ବାନାର୍ଜୀ ଏହି ଷଡଯନ୍ତ୍ରକୁ ସୂଚାଇ ଥିଲେ। ତେବେ ବିରୋଧୀ ଦଳଙ୍କ ତରଫରୁ ଏହାକୁ ମମତା ବାନାର୍ଜୀ ସହାନୁଭୂତି ଅର୍ଜନ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରୁଛନ୍ତି । ନିକଟରେ ମମତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ପାଦ ହଲାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ପୁଣି ଥରେ ତୃଣମୂଳ କଂଗ୍ରେସକୁ ସହାନୁଭୂତି ଅର୍ଜନ କରିବାର ପ୍ରୟାସ କହିଛି । ନିର୍ବାଚନ ପ୍ରଚାରରେ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ପୂର୍ଣ୍ଣ ଶକ୍ତି ଲଗାଇଛନ୍ତି
ଅନ୍ୟପକ୍ଷରେ ଟିଏମସି କହିଛି ଯେ ବିଜେପି ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ । ଉଲ୍ଲେଖନୀୟ ଆସନ୍ତାକାଲି ପଶ୍ଚିମ ବଙ୍ଗରେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରଚାରରେ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ପୂର୍ଣ୍ଣ ଶକ୍ତି ଲଗାଇଛନ୍ତି । ଗୋଟିଏ ପଟେ ଟିଏମସି ସରକାର ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦାବି କରୁଥିବା ବେଳେ ଅନ୍ୟ ପଟେ ବିଜେପି ୨୦୦ ଟି ଆସନ ପାଇବା ଦାବି କରୁଛି । ଆସନ୍ତାକାଲି ପଶ୍ଚିମ ବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ସହିତ ଅନ୍ୟ ସମସ୍ତ ନିର୍ବାଚନ ରାଜ୍ୟରେ ଭୋଟ୍ ସମାପ୍ତ ହେବ । ଆସନ୍ତାକାଲି ମଧ୍ୟ ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଏଥି ସହିତ ତାମିଲନାଡୁ, କେରଳ, ପୁଡୁଚେରୀରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଅନୁଷ୍ଠିତ ହେବ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result