No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) କଟକ :- କଟକ ବଡ଼ ମେଡିକାଲ ରୁ ଦୂରଦୂରାନ୍ତରୁ ଆସୁଥିବା ନିରିହ ରୋଗୀ ମାନଙ୍କୁ , ମଧୁର କଥା କହି ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ଚିକିତ୍ସା ପାଇଁ ନେଇ ଯାଉଥିବା ତିନିଜଣ ଦଲାଲଙ୍କୁ ଶନିବାର ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଗିରଫ ତିନି ଜଣ ଦଲାଲଙ୍କ ମଧ୍ୟରେ ରହିଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଦୁଇ ଜଣ ହେଉଛନ୍ତି କଟକ ଏସ ସି ବି ମେଡିକାଲ୍ ର ଠିକା କର୍ମଚାରୀ । ଏମାନଙ୍କ ଠାରୁ ମଙ୍ଗଳାବାଗ ପୋଲିସ ଏକ ଆମ୍ବୁଲାନ୍ସ OD 05 AZ 3302 କୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୁକେଶ ନାୟକ,ପ୍ରୀତମ ନାୟକ ଏବଂ ସରୋଜ କୁମାର ମହାପାତ୍ର । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲକୁ ଆସିଥାନ୍ତି । ମେଡିକାଲ ପରିସର ରେ ଦୀର୍ଘ ଦିନ ଧରି ରହୁଥିବା ଏହି ଦଲାଲମାନେ ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରୋଇ ମେଡିକାଲ କୁ ପଠାଇଥାନ୍ତି । ଆଉ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଶୋଷଣ ମଧ୍ୟ କରିଥାନ୍ତି ।
ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଯାଇଛି । କଟକ ଏସସିବି ମେଡିକାଲ୍ ଆଗକୁ ଆନ୍ତର୍ଜାତୀୟ ସ୍ତରର ହସ୍ପିଟାଲ୍ ରେ ପରିଣତ ହେବା କୁ ଯାଉଥିବା ବେଳେ ଏହାକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ରେ ମଙ୍ଗଳାବାଗ ପୋଲିସକୁ ମିଳିଛି ବଡ଼ ସଫଳତା । ପୂର୍ବରୁ 5 ଜଣ ଦଲାଲ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ , ଆଜି ପୁଣି 3 ଜଣକୁ ଗିରଫ କରିଛି ମଙ୍ଗଳାବାଗ୍ ଥାନା ପୋଲିସ । ତେବେ ଏଇ ରାକେଟରେ ବହୁ ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଙ୍କର ସମ୍ପୃକ୍ତ ରହିଛି ବୋଲି ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ବିରୋଧରେ ଖୁବଶୀଘ୍ର କର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋନ୍ -୨ ର ଏସିପି ସେକ୍ ସରିଫ ଉଦ୍ଦିନ କହିଛନ୍ତି । ଏହି ଗ୍ୟାଙ୍ଗ ରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି। କେବେ ଠୁ ଏ ରାକେଟ କାମ କରୁଥିଲା । ଏସବୁ କୁ ପୋଲିସ ଖୋଳତାଳ ଜାରି ରଖିଛି । ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି । (ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result