No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ମାଲକାନଗିରି/ସୁକ୍ମା :- ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୩୦ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣ ରାୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଶନିବାର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏଥିରେ ୫ ଯବାନ ଶହୀଦ ହୋଇଥିବା ଗତକାଲି ଜଣାପଡ଼ିଥିଲା । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କିନ୍ତୁ ୨୦ରୁ ଅଧିକ ଯବାନ ନିଖୋଜ ରହିଥିଲେ । ଆଜି ଘଟଣାସ୍ଥଳରୁ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ, ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ବିଜାପୁର ଜିଲା ଅନ୍ତର୍ଗତ ତାକୁଳଗୁଡ଼ାମଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା । ଏହି ଜଙ୍ଗଲରେ ପ୍ରାୟ ୬୦୦ରୁ ଅଧିକ ମାଓବାଦୀ ଏକ ବୈଠକ କରୁଥିବା ଖବର ପାଇ ବିଜାପୁର ପୁଲିସ, ସିଆରପିଏଫ, ଡିଆରଜି, ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ସ୍ବତନ୍ତ୍ର କୋମ୍ବିଂ ଅପରେଶନ କରାଯାଇଥିଲା । ତେଵେ ଯବାନମାନେ ଆସିବା ନେଇ ପୂର୍ବରୁ ମାଓବାଦୀମାନେ ଖବର ପାଇଯାଇଥିଲେ । ତେଣୁ ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯବାନଙ୍କୁ ଛକି ରହିଥିଲେ । ଯବାନମାନେ ଜଙ୍ଗଲରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ଫଶିଯାଇଥିଲେ । ବିସ୍ଫୋରଣ ଏବଂ ଆଖିବୁଜା ଗୁଳିମାଡ଼ରେ ୨୪ ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ । ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result