No Result
View All Result
ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଗତକାଲିଠାରୁ ଧାରଣାରେ ବସିଥିଲେ ।

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ଭୁବନେଶ୍ୱର :- ବିଜେପି ସହପ୍ରଭାରୀ ବିଜୟପଲ ସିଂହ ତୋମାର ସେମାନଙ୍କୁ ଭେଟିବା ପରେ ଧାରଣା ପ୍ରତ୍ୟାହାର କରିଛନ୍ତି । ତେବେ ବିଜୟପଲଙ୍କ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଅବସରରେ ନରସିଂହ କହିଛନ୍ତି ୫ ଦିନ ପୁର୍ବରୁ ଗୃହ ବନ୍ଦ କରିଦିଆଯାଇଥିବା ବେଳେ ହୋହଲ୍ଲା ଭିତରେ ବିଧେୟକ ପାରିତ ହୋଇଛି । ଆଲୋଚନାରେ ବିରୋଧୀଙ୍କୁ ସାମିଲ କରାନଯାଇ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି ତାହା ଅଗଣତାନ୍ତ୍ରିକ । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ବିଜେପିର ୩ ସଦସ୍ୟ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀଙ୍କ ନିଲମ୍ବନ ପ୍ରତିବାଦରେ ବିଧାନସଭା ପରିସର ଗାନ୍ଧୀମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଅହୋରାତ୍ର ଧାରଣା ଦେଇଥିଲେ । ବିଲ୍ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ବୋଲି ସେମାନେ କହିଥିଲେ । ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର । ସେ ଅଧିକାର ବାଚସ୍ପତି ଦେଇନଥିବାରୁ ସେମାନେ ଧାରଣାରେ ବସିଲେ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ବୁଝାଇଲେ । କିନ୍ତୁ ସେମାନେ ତାଙ୍କ କଥା ନମାନି ଗତକାଲିଠାରୁ ଧାରଣାରେ ବସିଥିଲେ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
No Result
View All Result