No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ଭୁବନେଶ୍ୱର :- ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ତରଫରୁ ଭୁବନେଶ୍ୱର ଜିଲ୍ଲା, ଜୋନ ଏବଂ ୱାର୍ଡ଼ ସଂଯୋଜକ ମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ଡ. ପ୍ରଦୀପ୍ତ ନନ୍ଦ ସଭାପତିତ୍ୱ କରିଥିଲେ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ତିନୋଟି ଜୋନର ସଂଯୋଜକ ଯଥା : ଉତର ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ଦାଶ, ଏକ୍ରାମ ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ମଂଟୁ ମଲ୍ଲିକ, ମଧ୍ୟ ନିର୍ବାଚନ ମଣ୍ଡଳୀର ସଂଯୋଚକ ଶ୍ରୀ ତ୍ରିନାଥ ସାହୁ ଏବଂ ପ୍ରତ୍ୟେକ ୱାର୍ଡର ସଂଯୋଜକମାନେ ସାଂ୍ଗଠନିକ ଆଲୋଚନାରେ ଭାଗନେଇଥିଲେ ।

ଭୁବନେଶ୍ୱର ଜିଲ୍ଳାରେ କିପରି ଭାବରେ କଂଗ୍ରେସ କାର୍ଯ୍ୟକମ୍ରର ମୂଳଧାରା ଲୋକଙ୍କର ସେବା ଓ ଗାନ୍ଧୀଙ୍କ ଚିନ୍ତାଧାରାର ସମାଜ ଗଠନ ଏବଂ ସମାଜରେ ଥିବା ଭୁଲ ଲୋକଙ୍କଠାରୁ ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ଏବଂ ସୁସ୍ଥ ସମାଜ ଗଠନରେ କଂଗ୍ରେସ କର୍ମୀ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁନାଲ ବାର୍ନାଜୀ, ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଓବିସି ବିଭାଗର ଶ୍ରୀ ରାଜକିଶୋର ବାରିକ,

ଓଡ଼ିଶା ଆରଜିପିଏସର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଜୟକୃଷ୍ଣ ସୁବୁଦ୍ଧି, ଶତୃଘନ ବେହେରା, ସଂଜୀବ ମହାନ୍ତି, ମନୋରଞ୍ଜନ ରାଉତରାୟ, ଉମେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ନିଷ୍ପତି ନିଆଗଲାଯେ ଖୁବ ଶୀଘ୍ର ପ୍ରତ୍ୟେକ ୱାର୍ଡରୁ ପଂଚାୟତ ରାଜ ସଂଗଠନକୁ ସୁଦୃଢ଼ ଏବଂ ସଂଗଠିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।
No Result
View All Result