• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହଁ ଚପଲ ଫିଙ୍ଗିଛୁ, ମାନିଲେ ବିଜେପି ର ତିନି ବିଧାୟକ

Proprietor Abhimanyu Maharana by Proprietor Abhimanyu Maharana
April 3, 2021
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ହଁ ଚପଲ ଫିଙ୍ଗିଛୁ, ମାନିଲେ ବିଜେପି ର ତିନି ବିଧାୟକ
Share on FacebookShare on TwitterWhatsapp

ଗଣତନ୍ତ୍ରର ମନ୍ଦିର ପବିତ୍ର ବିଧାନସଭାରେ ଆଜି ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକମାନେ ଚପଲ ଫିଙ୍ଗିଛନ୍ତି । ଗୃହର ମଧ୍ୟଭାଗରେ ହଟ୍ଟଗୋଳ ବେଳେ ସେମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚପଲ, ଖାତା, ହେଡଫୋନ୍ ଏବଂ ଡଷ୍ଟବିନ୍ ଫିଙ୍ଗିଥିଲେ । ଚପଲ ଫିଙ୍ଗିଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ଗୃହରୁ ସସପେଣ୍ଡ କରିଛନ୍ତି । ଚଳିତ ଅଧିବେସନର ଅବଶିଷ୍ଟ ଦିନ ସେମାନେ ଗୃହରେ ଯୋଗ ଦେଇପାରିବେ ନାହିଁ ।

ଓଡ଼ିଶା ତାଜା ନ୍ୟୁଜ୍  (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ଭୁବନେଶ୍ୱର  :- ‘ହଁ ଆମେ ଚପଲ ଫିଙ୍ଗିଛୁ’ ବୋଲି ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଏବଂ ମୋହନ ମାଝୀ ଗଣମାଧ୍ୟମରେ ପ୍ରଥମେ ଦମ୍ଭ ଦେଖାଇଥିଲେ ମଧ୍ୟ ସେମାନେ ନିଜେ ଫିଙ୍ଗିନାହାନ୍ତି ବୋଲି ସଫେଇ ଦେଇଥିଲେ । ମାତ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ଫୁଟେଜ୍ ଭଲଭାବେ ଯାଞ୍ଚ କଲା ପରେ ଏହି ତିନି ଜଣ ଚପଲ ଫିଙ୍ଗିଥିବା ସ୍ପଷ୍ଟ ହୋଇଥିଲା । ବିଜେପି ସଦସ୍ୟଙ୍କ ଏଭଳି ଲଜ୍ଜାଜନକ ଆଚରଣକୁ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଥିଲେ ମଧ୍ୟ ସେମାନେ କିନ୍ତୁ ଅନୁତପ୍ତ ନୁହଁନ୍ତି । ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିବା ବିଧାୟକମାନଙ୍କୁ ଗୃହରୁ ସସପେଣ୍ଡ କରିବାକୁ ବିଜେଡ଼ି ସଦସ୍ୟମାନେ ଗୃହରେ ଦାବି କରିଥିଲେ । ଏହା ବାଚସ୍ପତିଙ୍କ ପଦମର୍ଯ୍ୟାଦା କ୍ଷୂର୍ଣ୍ଣ କରିବା ସହ ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଥିଲେ । ଏହାପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସଂପୃକ୍ତ ବିଧାୟକଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ଗୃହରେ ଏହା ସମ୍ମତି ଲାଭ କରିବା ପରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ । ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଏବଂ ମୋହନ ମାଝୀଙ୍କୁ ତୁରନ୍ତ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଥିଲେ ।

ବିଧାନସଭାରେ କଂଗ୍ରେସ ପକ୍ଷରୁ ଖଣି ଦୁର୍ନୀତି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ୍ କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଗ୍ରାହ୍ୟ କରିବାରୁ ଶୁନ୍ୟକାଳରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ଚାଲିପାରି ନ ଥିଲା । ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ବାଚସ୍ପତି ଗୃହକାର୍ଯ୍ୟକୁ ୩୦ ମିନିଟ୍ ବୃଦ୍ଧି କରି କିଛି ବିଲ୍ ପାରିତ ପାଇଁ ପଦକ୍ଷେପ ନେଇଥିଲେ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଆଉ ସେତିକିବେଳେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ କୁ ଲକ୍ଷ୍ୟ କରି ଫିଙ୍ଗାଫୋପଡ଼ା କରିଥିଲେ ।

କିଏ ଚପଲ ତ ଆଉ କିଏ ହେଡଫୋନ୍, କାଗଜ, କଲମ୍ ଯାହା ପାଇଲେ ଫିଙ୍ଗି ଚାଲିଲେ । କେହି ବିଧାୟକ ଡଷ୍ଟବିନ୍ ବି ଫିଙ୍ଗିବାକୁ ଭୁଲିଲେ ନାହିଁ । ତେବେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଲୋକାୟୁକ୍ତ ସଂଶୋଧନ ବିଲ୍ ଏବଂ ସମିତି ପଞ୍ଜିକରଣ ସଂଶୋଧନ ବିଲ୍ ପାରିତ ହୋଇଥିଲା । ଏହି ଘଟଣା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଆଇନ ତା’ ବାଟରେ ଯିବ । କିଏ ଚପଲ ଫିଙ୍ଗିଛନ୍ତି ତାହା ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚପଲ ଫିଙ୍ଗା ଘଟଣାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିନ୍ଦା କରିଛନ୍ତି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ବିଧାନସଭା ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version