No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ବ୍ରହ୍ମପୁର :-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଚିକିଟି ସେକ୍ସନ ଲିଆଖାଇ ବିଟର କେ . ନୂଆଗାଁ ଗ୍ରାମର ଏକ ପରିତ୍ୟକ୍ତ ଗୃହଭିତରୁ ବନବିଭାଗ ପକ୍ଷରୁ ଶୁକ୍ରବାର ବଡିଭୋର ସମୟରେ ଅତର୍କିତ ଚଢ଼ାଉ କରାଯାଇ ୧୦୦ ଘନଫୁଟରୁ ଉର୍ଦ୍ଧ୍ବ ଶାଗୁଆନ କାଠପଟା ଜବତ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଚିକିଟି ବ୍ଳକ କେ . ନୂଆଗାଁ ଥାନା ଅଧିନସ୍ଥ ଉକ୍ତ ଗ୍ରାମରେ କୈାଣସି ଅସାମାଜିକ ବର୍ଗର ଯୁବକ ଉକ୍ତ ପରିତ୍ୟକ୍ତ ଗୃହକୁ ଦୀର୍ଘଦିନ ଧରି ବ୍ୟବହାର କରିବା ସହ ବେଆଇନଭାବେ ସେଠାରୁ କାଠପଟା ଚୋରାଚାଲାଣ କରୁଥିବା ବେଳେ କୈାଣସି ସୁତ୍ରରୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଖବର ପାଇଥିଲେ । ଏହାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ
ଏକଜ୍ଯୁଟିଭ ମାଜିଷ୍ଟ୍ରେଟ ତଥା ଚିକିଟି ତହସିଲଦାର ହରପ୍ରସାଦ ଭୋଇ , ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ , ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଏବଂ ବ୍ରହ୍ମପୁର ମୋବାଇଲ ସ୍କାଡ ଟିମ୍ , ବ୍ରହ୍ମପୁର ସହ ବନ ସଂଗରକ୍ଷକ ଅଶୋକ କୁମାର ବେହେରା , ଏ . ମାଧବୀଲତା ସମେତ ବନବିଭାଗ କର୍ମଚାରୀ ମାନେ ଗୁରୁବାର ବିଳମ୍ବିତ ରାତିରେ ସେଠାରେ ପଇଁତରା ମାରିଥିଲେ । ତେବେ ଶୁକ୍ରବାର ସକାଳ ସାଢେ଼ ୬ ଘଣ୍ଟା ସମୟରେ ଉକ୍ତ ଘରଭିତରେ ଚଢ଼ାଉ କରି କାଠପଟାକୁ ଜବତ କରିବା ସହ ଦୁଇଟି ଟ୍ରାକ୍ଟର ସହାୟତାରେ କାଠପଟାକୁ ଭର୍ତ୍ତି କରାଇ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ଖବର ମିଳିଛି । ତେବେ ଜବତ କାଠପଟା ଗୁଡ଼ିକର ମାପଚୁପ କରିବାପରେ ଏହାର ବଜାର ମୂଲ୍ୟ ପାଖାପାଖି ୩ ଲକ୍ଷରୁ ଉର୍ଦ୍ଧ୍ବ ହେବବୋଲି ପ୍ରାଥମିକ ଭାବେ ଆକଳନ କରିଥିବା ଦିଗପହଣ୍ଡି ରେଞ୍ଜର ଶ୍ରୀ ପଟ୍ଟନାୟକ କହିଛନ୍ତି । ଏନେଇ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । (ରିପୋର୍ଟ : ଶେଷଦେବ ସାହୁ )
No Result
View All Result