No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ବ୍ରହ୍ମପୁର :- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା କୁ ମିଳିଛି ପୁଣି ଏକ ସଫଳତା । ପୋଲିସ ଜଣେ ଅପରାଧିଙ୍କୁ ଗିରଫ କରାଯାଇ ତା ଠାରୁ ଗୋଟିଏ ମାଗାଜିନ ସହିତ ୯ ଏମଏମ ପିସ୍ତଲ ଜବତ କରିବା ସହ ତା ନିକଟରୁ ୩ ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କାଳିଆ ସାହୁ ଓରଫ୍ ମୂଷା । ତାଙ୍କ ଘର ଶ୍ରୀରାମନଗର ଆଦର୍ଶ ମାର୍ଗ ୨ୟ ଲାଇନ୍ କିନ୍ତୁ ବର୍ତ୍ତମାନ ଲୋଚାପଡ଼ା ବଡ଼ସାହିରେ ରହୁଥିବା କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ । ସୂଚନା ରୁ ପ୍ରକାଶ ଯେ ଆଜି ମୂଷା ସହ ଅନ୍ୟ ଜଣେ ସହଯୋଗୀ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟସ୍ଥ ବର୍ମା କଲୋନୀ ନିକଟରେ ଠିଆ ହୋଇ ଏକ ଅପରାଧ ଘଟଣା ବନ୍ଧୁକ ମୁନରେ କରିବାକୁ ଯୋଜନା କରୁଥିବା ନେଇ ବୈଦ୍ୟନାଥପୁର ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ।
ଅପରାହ୍ନ ୨.୪୫ ସମୟରେ ଏସ୍ଆଇ ବିଭୁତି ଭୂଷଣ ସେଠୀଙ୍କ ସହ ଥାନା କର୍ମଚାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ମୂଷାକୁ କାବୁ କରିବା ସହ ବନ୍ଧୁକକୁ ଜବତ କରିଥିଲେ । ଏହି ସମୟରେ ତା’ର ସହଯୋଗୀ ଜଣକ ମୋଟର ସାଇକେଲ୍ରେ ଚମ୍ପଟ ମାରିଥିଲା । ପୂର୍ବରୁ ମୂଷା ନାମରେ ସଦର , ବଡ଼ବଜାର , ଗୋଷାଣିନୂଆଗାଁ ଥାନାରେ ୫ଟି ମାମଲାରେ ଜଡ଼ିତ ରହିଛି । ବୈଦ୍ୟନାଥ ପୁର ଥାନା କେସ ନଂ ୮୯ /୨୧ ମାମଲା ରୁଜୁ ହୋଇଛି । ମୂଷାକୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦୀଆଯାଇଛି । ଏହାସହ ସେ ପିସ୍ତଲ କେଉଁଠାରୁ ଆଣିଛି ଏବଂ ଏହି ମାମଲାରେ କିଏ କିଏ ସଂପୃକ୍ତ ଅଛି ତାକୁ ଧରିବା ପାଇଁ ପୋଲିସ୍ ଅନୁସନ୍ଧାନ ଚଳାଇଛି । (ରିପୋର୍ଟ : ଶେଷଦେବ ସାହୁ )
No Result
View All Result