No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) କଟକ :- ଆଜି ସନ୍ଧ୍ୟାରେ କଟକ ସ୍ଥିତ ସାରଳା ଭବନରେ ଆଦି କବି ସାରଳା ଦାସଙ୍କ ୬ଶହ ତମ ଜନ୍ମ ବାର୍ଷିକ ଏବଂ ସାରଳା ସାହିତ୍ୟ ସଂସଦର ୪ଶହ ତମ, ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉସ୍ଚବରେ ମୁଖ୍ୟ ଅତିଥି ଭାବେ ଭାରତର ଉପରାଷ୍ଟ୍ରପତି ମହାମହିମ ଏମ ଭେଙ୍କେୟା ନାଇଡୁ ଯୋଗ ଦେଇ କହିଲେ ଯେ, ଓଡ଼ିଶାର ଦୁଇ ପ୍ରମୁଖ ମହାନଗରୀ କଟକ ଭୁବନେଶ୍ୱର ର ବୁଦ୍ଧିଜୀବୀଙ୍କ ଗହଣରେ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରୁଛି ।
ମୁଁ ଜାଣିବାକୁ ପାଇଛି ଯେ, ସାରଳା ଦାସ ହେଉଛନ୍ତି ,ଆଧୁନିକ ଓଡ଼ିଆ ଭାଷାର ଜନକ । ମୋତେ ଲାଗେ ଯେ, ପଞ୍ଚଦଶ ଶତାବ୍ଦୀର ଆଦି କାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟ କୁ ଲୋକାଭିମୁଖୀ କରିବାରେ , ସେ ଥିଲେ ଅଗ୍ରଦୂତ ।
ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ବାସ୍ତବିକ ଅନନ୍ୟ ବୋଲି ମୁଁ ବିବେଚନା କରେ । ବ୍ୟାସକବି ସାରଳା ଦାସଙ୍କ ମହାଭାରତ ଅନେକ ଭାରତୀୟ କବିଙ୍କ ଦ୍ୱାରା ଅନୁବାଦିତ ହୋଇଛି । ସାରଳା ଦାସ ଏପରି ଏକ କାଳଜୟୀ ମହାକାବ୍ୟ ରଚନା କରିଛନ୍ତି , ଯାହା ସମସ୍ତ ଓଡିଆ ଭାଷାଭାଷୀ ଲୋକଙ୍କ ଜନ ମାନସରେ , ବସା ବାନ୍ଧିବାରେ ସକ୍ଷମ ହୋଇଛି ।
ପରବର୍ତ୍ତୀ ସମୟରେ ଆସିଥିବା ତେଲୁଗୁ ଭାଷାରେ ମହାନ କବି ଦାର୍ଶନିକ ଯୋଗୀ ବେମ୍ମନା ମଧ୍ୟ ସେହିପରି ଢ଼ଙ୍ଗରେ ସାହିତ୍ୟ ରଚନା କରିଥିଲେ । ଆଜିକାଲି ର ଯୁବପିଢ଼ି ପଠନ ବୃଦ୍ଧି କରିବା ନେଇ , ବୁଦ୍ଧିଜୀବୀ, ଶିକ୍ଷାବିତ, ଶିକ୍ଷକ, ଅଭିଭାବକ ଗୋଷ୍ଠୀ ଯତ୍ନବାନ ହେବା ଦରକାର ବୋଲି ଉପରାଷ୍ଟ୍ରପତି କହିଥିଲେ ।
ସେ ଆହୁରି କହିଲେ ଯେ, ମୋର ବନ୍ଧୁ ତଥା ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱ ଭୁଷଣ ହରିଚନ୍ଦନଙ୍କୁ ,ସମ୍ମାନ ଜନକ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନୀତ କରୁଛି । ସେ ଏହି ସମ୍ମାନର ହକଦାର ବୋଲି କହିଥିଲେ । ସାରଳା ସାହିତ୍ୟ ସଂସଦର ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ଉସ୍ଚବରେ ଅଧ୍ୟକ୍ଷ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସି ଲାଲ,
ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାରଳା ସାହିତ୍ୟ ସଂସଦର ଉପଦେଷ୍ଟା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ସାରଳା ସାହିତ୍ୟ ସଂସଦର ସଂପାଦକ ଡ଼କ୍ଟର ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result