No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ମାହାଙ୍ଗା :- କଟଜ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଉମର ପଂଚାୟତ ର ପବିତ୍ର ମନୋରମ ସ୍ଥଳ ବନଦୁର୍ଗା ପୀଠ ର ରେଣ୍ଟା ଗ୍ରାମ୍ୟ ଜଙ୍ଗଲ ରୁ ଚୋରା କାଠ ମାଫିଆ ମାନେ ବିଳମ୍ବିତ ରାତିରେ କୋଡିଏରୁ ଉର୍ଦ୍ଧ ମୂଲ୍ୟବାନ ଗଛ କାଟି ଲୁଟ କରିନେଇଯାଇଥିବା ବେଳେ ଅଳ୍ପ କିଛି କାଠ କୁ ପୁରୁଣା ମଠ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରୁ ପୁଲିସ ଜବତ କରିଛି, ପ୍ରକାଶ ଜେ ଏହି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଙ୍କ ଉଦ୍ୟମରେ ଏହି ଗ୍ରାମ୍ୟ ଜଙ୍ଗଲର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି, କିନ୍ତୁ ସ୍ଥାନୀୟ ଅଂଚଳର କିଛି ଅସାଧୁ ବ୍ୟକ୍ତି ଏହି ପୀଠରେ ଥିବା ମୂଲ୍ୟବାନ ଗଛକୁ ଲୁଟ କରିବା ପାଇଁ କେତେବେଳ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ତ କେତେବେଳ ବାତ୍ୟା ସମୟରେ ଗଛ ସାମାନ୍ୟ ଭାଙ୍ଗିଥିଲେ ତାକୁ ସମ୍ପୂର୍ଣ କାଟି ନେଉଛନ୍ତି,
ଏହି ପରି ବାରମ୍ବାର ଲୁଟ କରିବା ଦ୍ୱାରା ଏବେ ପ୍ରାୟ ଜଙ୍ଗଲ ର ସତୁରି ଭାଗ ବିଲୁପ୍ତ ହୋଇଗଲାଣି, ପ୍ରତି ବର୍ଷ ଡିସେମ୍ବର ରୁ ଫେବୃଆରୀ ମାସ ଯାଏ ହଜାର ହଜାର ପର୍ଯ୍ୟଟକ ଏହି ଠାରେ ସମାଗମ ହୋଇ ବଣଭୋଜି କରିଥାନ୍ତି, ସେମାନଙ୍କୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ଏବେ ଉକ୍ତ ସ୍ଥଳରେ ପ୍ରମୋଦ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ସହ ବନଦୁର୍ଗା ପୀଠରେ ଜଙ୍ଗଲ ବିଭାଗ ପକ୍ଷରୁ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଛି,
କିନ୍ତୁ ଏଠାରେ ନିଯୁକ୍ତ ଜଗୁଆଳିଙ୍କ ଦାଇତ୍ୱହୀନ କାର୍ଯ୍ୟ ଯୋଗୁଁ ପ୍ରତିଦିନ ଗଛ ଲୁଟ ହେଉଛି, କାଠ ମାଫିଆ ମାନେ ଏହି ଜଗୁଆଳିଙ୍କୁ ହାତକରି ଜଙ୍ଗଲରୁ କାଠ ଲୁଟ କରୁଥିବା ସାଧାରଣରେ ଶୁଣିବାକୁ ମିଳୁଛି, ଅପରପକ୍ଷରେ କାଠ ଜବତ କରାଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ କରାଗଲେ ଏହି କାଠ ଲୁଟ ରେ ସମ୍ପୃକ୍ତ ଥିବା ବହୁ ବ୍ୟକ୍ତିଙ୍କୁ ଧରାଯାଇ ପାରନ୍ତା ବୋଲି ଦାବୀ ହୋଇଛି, ତୁରନ୍ତ କଟକ ଆରଡିସି ଏହି ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣାର ଅଧିକ ତଦନ୍ତ କରାଇଲେ କାଠ ମାଫିଆଙ୍କୁ ଧରାଯାଇ ପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି
No Result
View All Result