No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) କଟକ :- ଯୁବକ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ଏହାକୁ କଂଗ୍ରେସ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି ବୋଲି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି । ଆଜି କଟକ ନଗର କଂଗ୍ରେସ କମିଟି କାର୍ଯ୍ୟ।ଳୟ ରେ, ଆୟୋଜିତ ନବ ନିର୍ବାଚିତ ଯୁବ କଂଗ୍ରେସ କମିଟିର ସଭାପତିଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ କଟକ ନଗର କଂଗ୍ରେସ କମିଟିର ସଭାନେତ୍ରୀ ଗିରୀବାଳା ବେହେରା ଅଧ୍ୟକ୍ଷତା କରିଥିଲେ । ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ନୂତନ ଭାବେ ନିର୍ବାଚିତ ଯୁବ କଂଗ୍ରେସର କଟକ ସଦଳ ସଭାପତି ଯନାର୍ଦ୍ଦନ ପରିଡ଼ା, ବାରବାଟୀ-କଟକର ଯୁବ ସଭାପତି ସନ୍ତୋଷ ପାତ୍ର , ଚୌଦାର କଟକ ର ଯୁବ ସଭାପତି ସ୍କୃତି ରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଯୁବକ ମାନେ ଗାନ୍ଧୀ ,ଗୋପବନ୍ଧୁ, ନେତାଜୀଙ୍କ ଚିନ୍ତା ଧରା ନେଇ କାର୍ଯ୍ୟ କରିବା ସହିତ ଭଲ କଥା ନେଇ ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଥିଲେ । ସେହିପରି ଟାଟା ପାୱାର ର କର୍ମଚାରୀ ମାନେ ଲୋକମାନଙ୍କୁ ଠିକ୍ ଭାବେ ବିଦ୍ୟୁତ୍ ସେବା, ଯୋଗାଇ ନଦେଇ ନିରିହ ଗରିବ ଲୋକମାନଙ୍କ ଉପରେ ବକେୟା ଵିଦ୍ୟୁତ ବିଲ୍ ଆଦାୟ ପାଇଁ ଜିଦ କରିବା ସହ ବିଦ୍ୟୂତ ଲାଇନ କାଟିଦେବାକୁ ଦେଉଥିବା ଧମକ ବିରୁଦ୍ଧରେ ଆସନ୍ତା ୬ ତିରିଖ ସୋମବାର ଦିନ , କଟକର ବିଦ୍ୟୂତ ବିଭାଗର ଏକ୍ଜିକ୍ୟୁଟିଭ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ପାୱାର ଲୋକଙ୍କ ପାଖକୁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ଘେରାଉ କାର୍ଯ୍ୟକ୍ରମରେ ସମସ୍ତ ଯୁବ,ଛାତ୍ର, ମହିଳା ଏବଂ କଂଗ୍ରେସ କର୍ମୀ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ରାଜ୍ୟ ଉପସଭାପତି ମହମ୍ମଦ ଆଲିମ ପ୍ରମୁଖ ଯୋଗଦେଇଥିଲେ । Byt- ମହମ୍ମଦ ମୋକିମ୍ (ବିଧାୟକ ବାରବାଟୀ -କଟକ )। (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result