No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ରାଉରକେଲା :- କୋଇଡାରୁ କାଲଟା – ତୋଡା- ଜାମୁଡିହି ଦେଇ ଲହୁଣୀପଡା ଯାଇଥିବା ଜାତୀୟ ରାଜପଥ ଗତ ତିନି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡିରହିଛି। ଦୁଇ ବର୍ଷ ପୂର୍ବେ ଆରକେଡି କମ୍ପାନି ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇ ରାସ୍ତା ନିର୍ମାଣ କରୁଛି । ହେଲେ ତୋଡାରୁ ଲହୁଣୀପଡା ଯାଏ ରାସ୍ତାର ଦୁରବସ୍ଥା କହିଲେ ନ ସରେ । ଶୋଚନୀୟ ରାସ୍ତା ଅବସ୍ଥା ସାଙ୍ଗକୁ ମଣିଷ ବୁଡ଼ିଲା ଭଳି ଧୂଳି । ଚାରିଆଡେ ଖାଲି ଲାଲ୍ ଲୁହା ଗୁଣ୍ଡ ଧୂଳିରେ ପରିପୂର୍ଣ୍ଣ । ସାଧାରଣ ମଣିଷଟିଏ ଚାଲିକି ଯିବା ଦୂରର, କଥା ଏଠି ବସ୍ କିମ୍ବା ଚାରିଚକିଆ ବି ଯିବା କଷ୍ଟକର ।
ଧୂଳି ଯୋଗୁ ରାସ୍ତାର ପାରଦର୍ଶୀ ନ ଥାଏ । ଫଳରେ ଦୈନନ୍ଦିନ ଏଠି ଟ୍ରକ ତଳେ ଚାପି ହୋଇ ଅନେକ ବାଇକ ଆରୋହୀ ମୃତ୍ୟୁବରଣ କରିଥାନ୍ତି । ବେଳେ ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକର ମୃତଦେହ ଧୂଳିରେ ପୋତି ହୋଇ ଯାଇଥିବା ହେତୁ ଏହାକୁ ଲୋକ ଚିହ୍ନଟ କରିବା ମୁସ୍କିଲ୍ ହେଇଯାଏ । ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀ ଧୂଳିଧୂଆଁର ନିବାରଣ ପାଇଁ ଗୁହାରୀ କରି ଆସୁଥିଲେ ବି ଏଯାଏ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result