No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର )ଢେଙ୍କାନାଳ :- ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁକାନ୍ତ କିଶୋର ଜେନାଙ୍କ ସହିତ ଢେଙ୍କାନାଳ ଜିଲ୍ଲା କାରାଗାର ଅଚାନକ ପରିଦର୍ଶନ କରିଛନ୍ତି । କାରାଗାରର ଅବସ୍ଥା, କଏଦୀ ମାନଙ୍କ ଅବସ୍ଥା , ଜେଲରେ ଯୋଗାଇ ଦିଆଯାଉଥିବା ଖାଦ୍ୟ, ସେମାନଙ୍କର ରହଣି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ଅଚାନକ ପରିଦର୍ଶନର ବିବରଣୀ ଅତିଶୀଘ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସଦୟ ଅବଗତି ନିମନ୍ତେ ପ୍ରେରଣ କରାଯିବ । ( ରିପୋର୍ଟ – ଅମର ରଞ୍ଜନ ଦାସ)
No Result
View All Result