• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ

Proprietor Abhimanyu Maharana by Proprietor Abhimanyu Maharana
April 1, 2021
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ
Share on FacebookShare on TwitterWhatsapp

ଉତ୍କଳ ଦିବସର ଅନୁଚିନ୍ତା ସକାଳ ସାଥୀ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷାଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ୱପ୍ନ ସହିତ ଜଡିତ ଓଡିଆ ଜାତିର ସ୍ୱାଭିମାନର ଏକ ସ୍ମାରକ ଜନ୍ମ ନିଏ ସେଦିନ, ଯେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମନିଏ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ। ଅତୀତର ସେହି ଘଟଣାଟିକୁ ସ୍ମୃତିରେ ଚିର ଉଜ୍ଜୀବିତ କରି ରଖି ଯେତେ ଖୁସି ହେଲେ ମଧ୍ୟ ବର୍ତ୍ତମାନର ବାସ୍ତବତାକୁ ଉପେକ୍ଷା କରାଯାଇନପାରେ, ଯାହା ଉପରେ ଏହି ଓଡିଆ ଜାତିର ଭବିଷ୍ୟତ ନିର୍ଭର କରେ। ଆମେ କେତେ ଅଗ୍ରସର ହୋଇଛୁ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ; ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ତୁଳନାରେ ଆମର ସ୍ଥିତି କେଉଁଠି; ତାହା ହିଁ ହେଉଛି ମାପକାଠି, ଏହି ଓଡିଆ ଜାତିର ପ୍ରଗତିର ରୂପରେଖ। ପ୍ରଥମେ ଆମେ ଆମର ଅର୍ଥନୈତିକ କ୍ଷେତ୍ରରେ ଆମ ପ୍ରଗତିର ଅନୁଶୀଳନ କରିବା ।

ଦିନ ଥିଲା, ଓଡିଶାର ଦାରିଦ୍ର୍ୟ ମହାତ୍ମା ଗାନ୍ଧୀଙ୍କୁ ଗଭୀର ଭାବେ ବିଚଳିତ କରିଥିଲା। ବନ୍ୟା, ମରୁଡି, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଓଡିଶାବାସୀଙ୍କ ଚିର ସହଚର ପାଲଟିଥିଲା । ଲୋକଙ୍କର ଆର୍ଥିକ ସତ୍ତା ଥିଲା ନଗଣ୍ୟ, ଦୁର୍ବଳ ତଥା ଉତ୍ପୀଡିତ। ଅବଶ୍ୟ ଓଡିଶାର ଆର୍ଥିକ ସ୍ଥିତିରେ ଆସିଛି ଆଖିଦୃଶିଆ ପରିବର୍ତ୍ତନ; ମାତ୍ର ଅନ୍ୟ ପ୍ରଦେଶ ତୁଳନାରେ ଓଡିଶାରେ ମୁଣ୍ଡପିଛା ଆୟ ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଏବଂ ତାମିଲନାଡୁ ଭଳି ଉନ୍ନତ ପ୍ରଦେଶଙ୍କଠାରୁ ଯଥେଷ୍ଟ କମ୍‍ । ଆର୍ଥିକ ସ୍ୱଚ୍ଛଳତା ଶିଡିର ନିମ୍ନ ମଝି ପାହାଚରେ ଆମ ରାଜ୍ୟ ଅବତୀର୍ଣ୍ଣ। ଓଡିଆ ପୁଅ ଆଜି ବି ଜୀବିକା ଅନ୍ୱେଷଣରେ ଉପରୋକ୍ତ ବିକଶିତ ପ୍ରଦେଶଗୁଡିକୁ ଶ୍ରମଜୀବୀ ଭାବେ ଯାଉଛନ୍ତି ବହୁ ସଂଖ୍ୟାରେ। କରୋନା ସମୟରେ ସେହି ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନର ଦୃଶ୍ୟ ଥିଲା ଅତ୍ୟନ୍ତ କରୁଣ। ଆମର ଅଧିକାଂଶଙ୍କ ଆର୍ଥିକ ଅବସ୍ଥା ଥିଲା କେତେ ଅସୁରକ୍ଷିତ, ତାହା ସ୍ପଷ୍ଟ ହୋଇଯାଉଥିଲା। ଅବଶ୍ୟ, ଆମ ରାଜ୍ୟର ଜନସଂଖ୍ୟା ଏପରି ଯେ, ଶତକଡା ୪୦ ଭାଗ ପାଖାପାଖି ଲୋକ ଆର୍ଥିକ ଅନଗ୍ରସର ଗୋଷ୍ଠୀର ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟକୁ ନେଇ।

ଓଡିଶାର ଜନସଂଖ୍ୟାର ଅଭିବୃଦ୍ଧି ହାର ଜାତୀୟ ଦଶନ୍ଧିର ଅଭିବୃଦ୍ଧି ହାରଠାରୁ ଯଥେଷ୍ଟ କମ୍‍ ହେଲେ ମଧ୍ୟ ପ୍ରତି ବର୍ଗକିଲୋମିଟର ପିଛା ଜନସଂଖ୍ୟା ଜାତୀୟ ହାରାହାରି ଜନସଂଖ୍ୟା ସହିତ ସମାନ। ସମୁଦାୟ କ୍ଷେତ୍ରଫଳର ଏକ ତୃତୀୟାଂଶ ପାର୍ବତ୍ୟ ଅଞ୍ଚଳ ଯଦିଚ ଖଣିଜ ପଦାର୍ଥଭରା, ତଥାପି ଚାଷ ପାଇଁ ଅନୁପଯୋଗୀ। ଏହିପରି ୪୭୦ କି.ମି. ଦୀର୍ଘ ବ୍ୟାପୀ ଉପକୂଳ ଅଞ୍ଚଳ ଅଧିକ ଲବଣ ଅଂଶ ଯୋଗୁଁ ଚାଷ ପାଇଁ ଏତେ ଉପଯୁକ୍ତ ନୁହେଁ। ୫୦ରୁ ୬୦ ଭାଗ ଲୋକ ଭୂମିହୀନ ଏବଂ ଶତକଡା ୪ ଭାଗରୁ କମ୍‍ ପରିବାର ବଡ ଚାଷୀ, ୫ ଏକରରୁ ଅଧିକ ଥିବା ଚାଷଜମି, ଯେଉଁମାନେ ଜମିର ମାଲିକ, ସେମାନେ ପ୍ରାୟତଃ ଚାଷ କରିନଥାନ୍ତି। ଏହି ରାଜ୍ୟରେ ଭାଗଚାଷୀ ବହୁତ ବେଶୀ, ମାତ୍ର ଅର୍ଦ୍ଧାଧିକ ଲୋକ ଚାଷକାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି। ଆମ ରାଜ୍ୟର କୃଷିଜାତ ପଦାର୍ଥର ଉତ୍ପାଦିକା ହାର ଅନ୍ୟ ଉନ୍ନତ ପ୍ରଦେଶଗୁଡିକର ଉତ୍ପାଦିକା ହାରଠାରୁ ଯଥେଷ୍ଟ କମ୍‍।

କେବଳ ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡିଶା ଯଥେଷ୍ଟ ଅଭିବୃଦ୍ଧି ହାସଲ କରି ରପ୍ତାନି କରିବାକୁ ସମର୍ଥ ହୋଇପାରିଛି। ତୈଳବୀଜ, ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ଆମ ରାଜ୍ୟ ବହୁତ ପଛରେ ପଡିଛି। ଏପରି କି ପନିପରିବା ଉତ୍ପାଦନ କ୍ଷେତ୍ରରେ ଯେତିକି ଅଭିବୃଦ୍ଧି ଘଟିଛି, ତାହା ଆମ ଲୋକଙ୍କର ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ। ବିଭିନ୍ନ ଋତୁରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଫଳ ଯଥା ଆମ୍ବ, ନଡିଆ, ସପୁରି, ପଣସ, ଲିଚୁ ଇତ୍ୟାଦିର ଉନ୍ନତ ବଜାରକରଣ ଏବଂ ବିପଣିର ସୁବ୍ୟବସ୍ଥା କରାଯାଉନାହିଁ, ଯାହାଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ। ଜଳସେଚନ ସୁବିଧାର ପ୍ରଶସ୍ତି କରାଯାଉଅଛି; ମାତ୍ର ତାହା ପର୍ଯ୍ୟାପ୍ତ ହୋଇନାହିଁ ବା ରାଜ୍ୟର ସମସ୍ତ ଭୌଗୋଳିକ ସୀମାକୁ ସ୍ପର୍ଶ କରିନାହିଁ। ମାତ୍ର ଏସବୁ ସତ୍ତ୍ବେ ବିଗତ ୪ ଦଶନ୍ଧିକୁ ଅନୁଧ୍ୟାନ କଲେ ଦେଖାଯିବ କଳାହାଣ୍ଡି ଜିଲାରେ କୃଷି କ୍ଷେତ୍ରରେ ଏକ ବିପ୍ଳବ ଅଣାଯାଇ ପାରିଛି ।

ଦିନଥିଲା, କଳାହାଣ୍ଡି ଜିଲାରେ ଶିଶୁ ବିକ୍ରିର ଦୟନୀୟ ଚିତ୍ର ଓଡିଶାର ଦାରିଦ୍ର୍ୟକୁ ବିଶ୍ୱ ପରିଚିତ କରାଇଥିଲା; ମାତ୍ର ସୁଫଳ ଯୋଜନା ମାଧ୍ୟମରେ ମରୁଡିର ପ୍ରତିଧ୍ୱନି ଶୁଭୁଥିବା ଜିଲା ଆଜି ଓଡିଶାର ଭାତ ହାଣ୍ଡିରେ ପରିଣତ ହୋଇଛି। ଇନ୍ଦ୍ରାବତୀ ଜଳସେଚନ ଯୋଜନାର ସୁଫଳ ଆଜି ଚାଷୀମାନଙ୍କୁ ମିଳିଛି। ଧାନ ସଂଗ୍ରହରେ ଏହି ଜିଲା ବରଗଡ ଜିଲା ସହିତ ସମକକ୍ଷ ହୋଇପାରିଛି। କେବଳ ଧାନ କାହିଁକି, ବିବିଧ ଶସ୍ୟ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଆପଣେଇ ନେଇଛି ଏହି ଜିଲା। ଏହା ଆମ ସମସ୍ତଙ୍କ ପାଇଁ ସଫଳତାର ସୁନ୍ଦର ଚିତ୍ର, ମାତ୍ର ଏହାକୁ ମଡେଲ ରୂପେ ନେଇ ଅନ୍ୟ ଜିଲାରେ କାହିଁକି ତାହା କାର୍ଯ୍ୟକାରୀ କରାଯାଇନପାରିବ, ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉନ୍ନତିର ଗତିପଥ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକ୍ରମେ ଥାଏ। ପ୍ରଥମେ କୃଷିର ବିକାଶ। କୃଷିର ଅଭିବୃଦ୍ଧି ତ୍ୱରାନ୍ୱିତ କରିବ ଶିଳ୍ପାୟନକୁ ଆଗେଇନେବାକୁ। ଶିଳ୍ପ ସମୃଦ୍ଧ ହେଲେ ସେବାର ଚାହିଦା ବଢିବ ଏବଂ ଅଧିକ ଲୋକ ସେବା କ୍ଷେତ୍ରରେ ନିୟୋଜିତ ହୋଇପାରିବେ। ବିକଶିତ ରାଷ୍ଟ୍ରଗୁଡିକର ବିକାଶର ଧାରା ଦିନେ ଏପରି ଥିଲା। ସମୟ ଆସିବ ଯେତେବେଳେ କମ୍‍ସଂଖ୍ୟକ ଲୋକ ଚାଷ ଉପରେ ନିର୍ଭର କରିବେ, ଯାହା ଆଜି ସମୃଦ୍ଧ ଦେଶ ଯଥା, ଆମେରିକା, ଇଂଲଣ୍ଡ, ଜାପାନ ଆଦି ଦେଶଗୁଡ଼ିକ କ୍ଷେତ୍ରରେ ଘଟିଛି। ଆମକୁ ସେହି ମାର୍ଗ ଦେଇ ଗତି କରିବାକୁ ପଡିବ ଯଦି ଆମକୁ ଏକ ପୂର୍ଣ୍ଣ ବିକଶିତ ରାଜ୍ୟ ହିସାବରେ ପରିଗଣିତ କରିବାକୁ ହେବ।

ଏଥିପାଇଁ ପ୍ରଥମେ ଆଉ କିଛି ସଂସ୍କାରମୂଳକ ପଦକ୍ଷେପ ନିଆଯିବା ଜରୁରୀ ମନେହୁଏ। ଭାଗୀଦାର ଚାଷୀ ଏବଂ ଜମି ମାଲିକାନା ସ୍ବତ୍ବ ଥିବା ଲୋକଙ୍କ ମଧ୍ୟରେ ପରସ୍ପରକୁ ସୁହାଇବା ଭଳି ଭୂସଂସ୍କାର ଆଇନ୍‍ରେ ବ୍ୟବସ୍ଥା, କେନାଲ ପ୍ରକଳ୍ପଗୁଡିକରେ ସେଚାଞ୍ଚଳ (କମାଣ୍ଡ ଏରିଆ) ମଧ୍ୟରେ ଚାଷ ଜମିକୁ ଆବାସିକ କିସମରେ ପରିବର୍ତ୍ତନ ପ୍ରକ୍ରିୟା ଉପରେ ଅଂକୁଶ ରଖିବା ପାଇଁ ବିହିତ ନିୟମ ଆଣିବା ଆଜି ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ସେହିପରି ଜିଲା ଖଣିଜ ପଦାର୍ଥ ପାଣ୍ଠିର ସୁପରିଚାଳନା ଏବଂ ଉନ୍ନୟନ ଯୋଜନାର ଖସଡା ପ୍ରସ୍ତୁତି ଏବଂ ତାହାର କାର୍ଯ୍ୟକାରିତା ପ୍ରଶାସନ ପାଇଁ ବଡ ଆହ୍ୱାନ ସାଜିଛି। ଯେଉଁ ପରିମାଣରେ ଜିଲାରୁ ଖଣିଜ ପଦାର୍ଥ ଉେତ୍ତାଳନ ହୋଇ କଞ୍ଚାମାଲ ରପ୍ତାନିକୁ ତ୍ୱରାନ୍ୱିତ କରିବା ସଙ୍ଗେସଙ୍ଗେ ଅନ୍ୟସ୍ଥାନରେ ଶିଳ୍ପ ବିକାଶରେ ସହାୟ ହୋଇପାରିଛି, ଜିଲାରେ ତଦନୁରୂପ ଲୋକଙ୍କର ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ସ୍ୱାସ୍ଥ୍ୟ ବା ଗମନାଗମନର ସୁଯୋଗ ସୃଷ୍ଟି କରାଯାଇପାରିନାହିଁ। ଏହି ପ୍ରକ୍ରିିୟା କିପରି କାର୍ଯ୍ୟଦକ୍ଷ ହେବ, ସେଥିପାଇଁ ଦୀର୍ଘସୂତ୍ରୀ ଯୋଜନାର ଆବଶ୍ୟକତା ରହିଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷାଦାନ ମାନରେ ଉନ୍ନତି, ଦକ୍ଷତା ବିକାଶ ଉପରେ ବିହିତ ପଦକ୍ଷେପ ଗ୍ରହଣ, ଆବଶ୍ୟକୀୟ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ପ୍ରସାର ଆଗାମୀ ଦିନର ବିକାଶ ପାଇଁ ଏକାନ୍ତ ଅପରିହାର୍ଯ୍ୟ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026

Recent News

State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version