No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ଭୁବନେଶ୍ୱର :- ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୩୩ ଲକ୍ଷ ଟଙ୍କା ଦାନ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର ବି. ସୁରିବାବୁଙ୍କ ଠାରୁ ଏହି ରାଶି ର ଚେକ୍ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର କହିଥିଲେ ଯେ ପୂର୍ବରୁ କରୋନା ଲଢେଇ ପାଇଁ ବ୍ୟାଙ୍କ୍ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରାଯାଇଥିଲା ।
ଏତାଦୃଶ ଦାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବ୍ୟାଙ୍କଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିକ ସ୍ତରରେ ସମସ୍ତ କାରୋନା ନିୟମର ଅନୂପାଳନ ସହ ସଚତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥଲେ । ଚେକ୍ ପ୍ରଦାନ ସମୟରେ ବ୍ୟାଙ୍କର ଡେପୁଟି ଜୋନାଲ ମ୍ୟାନେଜର ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ ।
No Result
View All Result