No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ଭୁବନେଶ୍ୱର :- ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଭଡ଼ାକୁ କେନ୍ଦ୍ର କରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତଳେ ପଡିଯିବାରୁ ଯାତ୍ରୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି ।
ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ମୋ ବସ୍ରେ ଉଠିଥିଲେ । ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ । ଏହାକୁ ନେଇ ବସ୍ କଣ୍ଡରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ପରେ କଣ୍ଟର ତାଙ୍କୁ ବସ୍ରୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ।
ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପ୍ରେସ୍ ରିଲିଜ୍ ଜାରି କରି ପ୍ରତିକ୍ରିୟା ରଖିଛି ମୋ ବସ୍ ପରିଚାଳନା ଦାୟିତ୍ୱରେ ଥିବା CRUT ସଂସ୍ଥା । ଘଟଣାର ତଦନ୍ତ ଚାଲିଛି, ଅଭିଯୋଗ ଆସିଥିବା କର୍ମଚାରୀଙ୍କୁ ତଦନ୍ତ ନ ସରିବା ଯାଏ ଡ୍ୟୁଟିରୁ ହଟାଇ ଦିଆଯାଇଥିବା CRUT କହିଛି। (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )
No Result
View All Result