No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ମାର୍ଚ୍ଚ,ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ର ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥା ଓ ଓଡ଼ଗାଁ ବନବିଭାଗ ତରଫରୁ ଆଜି ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଓ ହାତରେ ପ୍ଲାକାର୍ଡ ସହ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ପରିକ୍ରମା କରିଥିଲେ । ରୋହିବାଙ୍କ , ଭଗବତୀ ପ୍ରସାଦ , ମହେଶ୍ୱରପୁର , ଉଦୟପୁର , କୋମଣ୍ଡ , ନରସିଂହ ପ୍ରସାଦ , ନାଉଖାଲ , ବାଣ୍ଠପୁର ପଞ୍ଚାୟତର ଜୟମଙ୍ଗଳ ପ୍ରସାଦ , କଦମ୍ବ ଝର ଓ ବାଘୁଆ ଛକ ସମେତ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଗ୍ରାମ ପରିକ୍ରମା କରିଥିଲା ଏହି ସଚେତନତା ରାଲି । ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରି ହେବ ସେ ବିଷୟରେ
ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ଯୁବକ ସଂଘ ନରସିଂହ ପ୍ରସାଦ , ପରିବେଶ ସାଥି କୁରାଳ , ମା ପାଣିଷଣ୍ଡ ୟୁଥ୍ କ୍ଳବ୍ ଦଣ୍ଡୋର ର ସ୍ଵେଚ୍ଛାସେବୀ ଯୋଗଦେଇଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ , ବନପାଳ ଜ୍ୟୋତି ରଞ୍ଜନ ମାନସିଂ ସମେତ ସମସ୍ତ ବନବିଭାଗ ର କର୍ମଚାରୀ ମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପରିବେଶବିତ୍ ସୁକାନ୍ତ ଚୌଧୁରୀ , ଶାନ୍ତନୁ ବିଷୋୟୀ ଓ ରୋହିବାଙ୍କ ସରପଞ୍ଚ ମୁରଲୀଧର ପ୍ରଧାନ । ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result