No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ପଦ୍ମପୁର :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ମଣ୍ତଳ କାର୍ଯ୍ୟକାରିଣୀ ବୈଠକ ଟେମରୀ ଗ୍ରାମ ବଜାର ପ୍ରାଙ୍ଗଣ ଠାରେ ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହି ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରତି ବୁଥ କମିଟୀ ତଥା ପଞ୍ଚାୟତ ସ୍ତରରେ ବିଜେପି ପାର୍ଟିକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ ,ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ,

ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ମଣ୍ତଳ ଜିଲ୍ଲା ପ୍ରତିନିଧି ପୁରନ୍ଦର ସାହୁ,ମଣ୍ତଳର ମୋର୍ଚ୍ଚା ସଭାପତି ହାରାଧନ ପ୍ରଧାନ, ଅଜିତ ସାହୁ, ମଧୁସୂଦନ ସାହୁ, ରମେଶ ବରିହା, ପଦ୍ମଲୋଚନ ବେରିଆ ତଥା ବରିଷ୍ଠ ବିଜେପି ନେତା ଅମୃତ ଠାକୁର, ଗୋପବନ୍ଧୁ ନାଏକ,ସମିତିସଭ୍ଯ ସତ୍ଯାନନ୍ଦ ପ୍ରଧାନ,ଟେମରି ସରପଞ୍ଚ ନିରୂପା ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ସରେଇକେଲା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିନବନ୍ଧୁ କୁମ୍ଭାର ବିଜେପିରେ ସାମିଲ ହୋଇଥିଲେ । ଟେମରୀ ଗ୍ରାମର ଚତୁର୍ଭୁଜ ବାଗ,ବିଜୟ ବାଗ,ସନ୍ତୋଷ ସୁନା,ଦିନମଣି କୁମ୍ଭାର,ଶୁକୃ ହରିପାଲ ଓ ସମ୍ବଲପୁରୀ ଗ୍ରାମର ବିଦ୍ୟାଧର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ । ଶେଷରେ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result