No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଆମିଷ ଭୋଜନ କରିଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ପାରଳା ଯୁବ ସଂଘର ସଦସ୍ୟ ଗଣ । ଏନେଇ ସେମାନେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେମାନେ ଜଣାଇଛନ୍ତି ଯେ, ପୁରାଣ ପ୍ରସିଦ୍ଧ ତଥା ରାମାୟଣ କରିଡରରେ ଅନ୍ତର୍ଭୁକ୍ତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଉଭୟ ରାମାୟଣ ଏବଂ ମହାଭାରତର ବହୁ ଐତିହ୍ୟ ବହନ କରୁଛି । କିନ୍ତୁ ଗତ ୨୭.୧୨.୨୦୨୦ ଚୟେଙ୍ଗି ଓଡିଶା ନାମକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ପ୍ରସାରିତ ମହେନ୍ଦ୍ରଗିରି ଭିଡିଓରେ କିଛି ପର୍ଯ୍ୟଟକ ଭୀମ ମନ୍ଦିର ନିକଟରେ ଆମିଷ ଭୋଜନ କରିବା ଦୃଶ୍ୟ ରହିଛି । ଯାହା ଅନେକ ହିନ୍ଦୁ ଧର୍ମ ବିଶ୍ୱାସୀଙ୍କ ଧାର୍ମିକ ଭାବନାକୁ ଆଘାତ କରିଛି । ସେହିପରି ବୈଦ୍ଧ ଧର୍ମ ପତାକା ଗୁଡିକର ଡୋରି ମନ୍ଦିର ଦେହରେ ବନ୍ଧା ଯାଉଥିବା ଦେଖାଯାଇଛି । ଏଭଳି ଐତିହ୍ୟ ତଥା ପର୍ଯ୍ୟଟନ ସ୍ଥଳର ପୁରାତନ ମନ୍ଦିର ଦେହରେ ପତାକା ରୋପଣ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ବୋଲି ଅଭିଯୋଗ କରିଛନ୍ତି ।
ତେଣୁ ସେମାନେ ଜିଲ୍ଲାପାଳ ଶ୍ରୀ ସାହାଙ୍କୁ ନିବେଦନ କରିଥିଲେ ଯେ, ୟୁଟ୍ୟୁବ ଚ୍ୟାନେଲରେ ଦର୍ଶିତ ଭିଡିଓଟିର ପ୍ରସାରଣ ବନ୍ଦ କରିବା ସହ ଚ୍ୟାନେଲ ତରଫରୁ କ୍ଷମା ମଗାଯାଉ । ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକମାନଙ୍କର ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏପରି ଘଟଣାର ପୁନରାବୃତ୍ତି ନଘଟୁ ସେଥିପ୍ରତି ପଦକ୍ଷେପ ଗ୍ରହଣକରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିବା ପାରଳା ଯୁବକ ସଂଘର ରଂଜନ କୁମାର ଦାସ, ଆଦିତ୍ୟ ଜେନା, ସନ୍ତୋଷ ଜେନା, ନୀଳାଞ୍ଚଳ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତଥିଲେ । ଅନ୍ୟପକ୍ଷରେ ଉକ୍ତ ଘଟଣାଟ ପ୍ରଘଟିତ ହେବାପରେ ତିବ୍ଦତ ସେଟେଲମେଣ୍ଟ ଅଧିକାରୀ ମିଷ୍ଟର ଥୁପଟେନ ଏକ ଚିଠି ମାଧ୍ୟମରେ ‘ ଫୁନ୍ଟସୋକିଙ୍ଗ ତିବ୍ଦେତନ ସେଟେଲମେଣ୍ଟ’ ଅଧିନରେ ଥିବା ବିଭିନ୍ନ କ୍ୟାମ୍ପ ଲିଡର ମାନଙ୍କୁ ଅନୁରୋଧ କରିଛନ୍ତି ଯେ ,
କୌଣସି ଧାର୍ମିକ ସ୍ଥାନ, ପିକ୍ନିକ୍, ପର୍ଯ୍ୟଟନ ଆଦି ଅଞ୍ଚଳକୁ ଗଲେ ସେଠାକାର ପରିବେଶ, ଧାର୍ମିକ ଭାବନା ଆଦିକୁ ଧ୍ୟାନଦେବା ସହ ସଂସ୍କୃତିକୁ ମର୍ଯ୍ୟାଦା ଦେବାପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ଭୀମମନ୍ଦିର ଠାରେ ଯେଉଁ ପତାକା ଲଗା ଯାଇଛି ତାହା ତିବ୍ଦତ ପତାକା ନୁହଁ ବଂର “ଲୁଙ୍ଗଟା” ପତାକା । ଯାହାକି ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ପାଇଁ ଏପରି ଲଗାଯାଇଥାଏ । ଏହା କୌଣସି ଧାର୍ମିକ ଭାବନା ସମ୍ପର୍କରେ ସୂଚିତ କରୁନାହିଁ । ଏହା ସହ ସେ ଜଣାଇଛନ୍ତି ଯେ ଆଜି ଯେଉଁ କ୍ୟାମ୍ପ ଲିଡରମାନଙ୍କୁ ଏପରି ଭବିଷ୍ୟତରେ ଆଉ ଏପରି କରନାହିଁ ବୋଲି ପରାମର୍ଶ ଚିଠିର ଉତ୍ତର ଆସିଯାଇଛି । ସେମାନେ କ୍ଷମା ପ୍ରାର୍ଥନା କରିଥିବାର ଚିଠି ଆସିଯାଇଛି ବୋଲି ଜଣାଇଛନ୍ତି । ଯଦି ମହେନ୍ଦ୍ରଞ୍ଚଳବାସୀ କିମ୍ବା କାହାକୁ ଏଥି ଲାଗି ହୃଦୟକୁ ଆଘାତ ଲାଗିଥିଲେ କ୍ଷମା କରିବା ପାଇଁ ନିବେଦନ କରିଛନ୍ତି । ଏହାସହ ଏପରି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଜଣାଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result