No Result
View All Result
1. ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମଧ୍ୟ ମାଡ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛି ଉକ୍ତ ଠିକାଦାର ବାବୁନି ଜେନା ।
2. ସ୍ୱାମୀ – ସ୍ତ୍ରୀ ଠିକାଦାର ବାବୁନି ଜେନାକୁ ବାକି ଟଙ୍କା ମାଗିବାକୁ ଯାଇଥିଲେ, ଟଙ୍କା ଦେବାକୁ ମନା କରିବା ସହ, ଅଜିତ୍ ଙ୍କୁ ଗାଳି ଗୁଲଜ କରିଥିଲା ଠିକାଦାର ଅଜିତ୍ଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ ମାରିଥିଲେ।
ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ବାଲିପାଟଣା :- ହୋଲିରେ ବାକି ଟଙ୍କା ମାଗି ମାଡ ଖାଇଲେ ଆଦିବାସୀ ଦିନ ମଜୁରୀଆ ଦମ୍ପତ୍ତି । ଠିକାଦାରଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ଵାମୀ-ସ୍ତ୍ରୀ । ଆକ୍ରମଣକୁ ବିରୋଧ କରି ଗ୍ରାମବାସୀ ମଧ୍ୟ ଠିକାଦାରଙ୍କ ରୋଷର ଶିକାର ହୋଇଛନ୍ତି । ଘଟଣାଟି ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ସାହେବନଗର କୋଳଥପିଠା ଗ୍ରାମରେ ।
ଝାରସୁଗୁଡ଼ା ଜିଲ୍ଲାର ଅଜିତ୍ କୁମାର ନାୟକ ସାହେବନଗର କୋଳଥପିଠା ଗ୍ରାମରେ ଦୀର୍ଘ ୫ ବର୍ଷ ହେବ ରହି ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଠିକାଦାର ବାବୁନି ଜେନା ପାଖେ ମିସ୍ତ୍ରୀ କାର୍ଯ୍ୟ ବାବଦକୁ ପ୍ରାୟ ୬ ହଜାର ଟଙ୍କା ବାକି ରହିଥିଲା । ହୋଲି ଥିବାରୁ ଭଲମନ୍ଦ ରୋଷେଇ କରି ଖାଇବାକୁ ଇଛା କରିଥିଲେ ସ୍ୱାମୀ – ସ୍ତ୍ରୀ । ଠିକାଦାର ବାବୁନି ଜେନାକୁ ବାକି ଟଙ୍କା ମାଗିବାକୁ ଯାଇଥିଲେ ଅଜିତ । ଟଙ୍କା ଦେବାକୁ ମନା କରିବା ସହ ଅଜିତ୍ ଙ୍କୁ ଗାଳି ଗୁଲଜ କରିଥିଲା ଠିକାଦାର । ପରେ ନିଜର କିଛି ସହଯୋଗୀଙ୍କୁ ସାଥିରେ ନେଇ ଅଜିତଙ୍କୁ ଘରୁ ଘୋଷାଡି ଆଣି ମାଡ ମାରିଥିଲା ଠିକାଦାର । ଏହା ସହ ଅଜିତ୍ଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ ମାରିଥିଲେ।
ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମଧ୍ୟ ମାଡ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛି ଉକ୍ତ ଠିକାଦାର। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ନାପସନ୍ଦ କରିବା ସହ ପୋଲିସ୍ ଉପଯୁକ୍ତ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି ।
No Result
View All Result