No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମାର୍ଚ୍ଚ ମଙ୍ଗଳବାର) କଳାହାଣ୍ଡି :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଏବଂ ବଡ଼ଧାରପୁର ଯୁବକ ସଂଘ ଓ ସନ ସାଇନ ମହିଳା ମଣ୍ଡଳର ମିଳିତ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ବଡ଼ଧାରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଟବଲ , ଭଳିବଲ ଓ ଆଥଲେଟିକ୍ସ ଇଭେଣ୍ଟର ଆୟୋଜନ କରାଯାଇଛି। ଅନ୍ତିମ ଦିନରେ ପୂର୍ବତନ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବଳଭଦ୍ର ମାଝୀ ଭଳିବଲ ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ କେସିଙ୍ଗା ଦଳ ବିଜୟୀ ହୋଇଥିବା ବେଳେ ବଡ଼ଧାରପୁର ଉପବିଜେତା ହୋଇଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ , ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର ଓ ଲେଖାପାଳ ଦିତିୟା ବନଛୋର,ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢ଼େଇ , ବଳଭଦ୍ର ମାଝୀ ,ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି , ଲାଞ୍ଜିଗଡ଼ ଜୁନିଅର କଲେଜର ପ୍ରିନ୍ସିପାଳ ଫାଳଗୁନି ପ୍ରଧାନ , ଲାଞ୍ଜିଗଡ଼ ଗ୍ରାମୀଣ ବ୍ୟାଙ୍କ କୋଷାଧ୍ୟକ୍ଷ ପୁରୁନ୍ଧର ସାହୁ , ସାନ୍ତପୁର ପଂଚାୟତର ସରପଞ୍ଚ ଟିକେଧର ସାହୁ , World Vision CDF ଡେଭିଡ ରାଜୁ ଏବଂ ସମାଜସେବୀ ନିତ୍ୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭଳିବଲ ପ୍ରତିଯୋଗିତାରେ ଖେଳ ପରିଚାଳକ ଭାବରେ ଜାତୀୟ ସ୍ତରୀୟ ରେଫରି ପରୀକ୍ଷିତ ଖରସେଲ ,ରାଜ୍ୟ ସ୍ତରୀୟ ରେଫରି ରାଜୁ ଖରସେଲ , ଜିଲ୍ଲା ସ୍ତରୀୟ ରେଫରି ଚନ୍ଦ୍ର ମୋହନ ବିଶ୍ୱାଳ, ଏବଂ ସ୍କୋରର ଦାୟିତ୍ୱରେ କ୍ରୀଡା ଶିକ୍ଷକ ଯୁଗଳ କିଶୋର ରଥ ପ୍ରମୁଖ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ନେପାଳ ଚନ୍ଦ୍ର ବିଶ୍ୱାଳ , ସମ୍ପାଦକ ସତ୍ୟ ମାଝୀ ଓ ସନ ସାଇନ ମହିଳା ମଣ୍ଡଳର ସଭାପତି ମାନସୀ ଭାଟି , ସମ୍ପାଦିକା ଉର୍ବଶୀ ପ୍ରଧାନ ଏବଂ କ୍ଲବର ସମସ୍ତ ସଦସ୍ୟ ସଦସ୍ୟା ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ଵେଚ୍ଛାସେବୀ ମିଳନ କୁମାର ଭୋଇ, ଉତ୍କଳିକା ସାହୁ ଓ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result