• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
March 29, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :-  ଆଦିବାସୀ ଜୀବନର ଚିରନ୍ତନ କାହାଣୀ ତଥା ଗତାନୁଗତିକତାର ପ୍ରାଚୀନକୁ ଭାଙ୍ଗି ନୂଆ ଚିନ୍ତା ଓ ଚେତନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମିକା ଅବିସ୍ମରଣୀୟ । ତାଙ୍କର ଅସୀମ ତ୍ୟାଗ ଓ ଦେଶପ୍ରେମ ଆଦିବାସୀଙ୍କ ପ୍ରାଣରେ ବି୍ରଟିଶ ଶାସନ ବିରୁଦ୍ଧରେ ଲଢ଼ିବାର ସାମର୍ଥ୍ୟ ଆଣିଦେଇଥିଲା ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଶ୍ରାଦ୍ଧଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଗାନ୍ଧୀଜୀଙ୍କର ଅହିଂସାକୁ ପରମ ଅସ୍ତ୍ର ଭାବେ ଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଉଦ୍ରେକ କରିବା ସହ ସେମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇ ପାରିଥିଲେ । ଶ୍ରାଦ୍ଧ ଉତ୍ସବରେ ସଭାପତିତ୍ୱ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଲକ୍ଷ୍ମଣ ନାଏକଙ୍କ ସତ୍ୟପ୍ରୀତି ଓ ସମ୍ବେଦନଶୀଳତା ତଥା ବି୍ରଟିଶ ଶାସନର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାଫଲ୍ୟ କ୍ୱଚିତ ବ୍ୟକ୍ତିଙ୍କ ପାଖରେ ଦୃଷ୍ଟି ଗୋଚର ହୁଏ ।

ତାଙ୍କର ଅନନ୍ୟ ଦେଶପ୍ରେମ ଆଦିବାସୀଙ୍କ ମଧ୍ୟରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲା । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଗାନ୍ଧୀ ବା ମାଲକାନଗିରି ଗାନ୍ଧୀ ଭାବେ ଚିତ୍ରିତ କରାଯାଉଥିବାବେଳେ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦେଶାମତୃକା ପାଇଁ ଯାହା କରିଯାଇଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗ, ଆଦର୍ଶ ଏବଂ ଦେଶପ୍ରୀତି ଚିରଦିନ ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ମନ୍ତବ୍ୟ ରଖିଥିଲେ ।

ଭର୍ଚୁଆଲ୍‌ ମାଧ୍ୟମରେ ସାଂସଦ ମୁନ୍ନା ଖାନ୍‌, ସାଂସଦ ସପ୍ତଗିରି ଉଲାକା, ବିଧାୟକ ପ୍ରୀତମ ପାଢ଼ୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଶ୍ରାଦ୍ଧ ଦିବସରେ ସଂଯୁକ୍ତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରଘୁନାଥ ଗମାଙ୍ଗ, ବିଧାୟକ ପ୍ରକାଶ ମାଝୀ ଏବଂ ମକରନ୍ଦ ମୁଦୁଲି ସଭାରେ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାଏକଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ଭାରତ ସ୍ୱାଧୀନ କିପରି ହେବ ତାହା ହିଁ ତାଙ୍କର ସ୍ୱପ୍ନ ଏବଂ ସଂକଳ୍ପ ରହିଥିବା ବୋଲି କହିଥିଲେ । ଶ୍ରାଦ୍ଧ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ କଳିଙ୍ଗ ହସ୍‌ପିଟାଲ୍‌ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟକ ରଘୁନାଥ ଗମାଙ୍ଗ, ପ୍ରକାଶ ମାଝୀ, ମକରନ୍ଦ ମୁଦୁଲି ଏବଂ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ବିଭଗାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ପ୍ରମିଳା ମାଝୀ ସଂଯୋଜନା କରିଥିବାବେଳେ ଶବରୀ ସାଂସ୍କୃତିକ ସଂସଦର ଯୁଗ୍ମ ସଂପଦାକ ନୀଳମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version