No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ଯାଜପୁର :- ପୋତାଗଲା ବସ୍ତା ବସ୍ତା ଚୁଡା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ବାଣ୍ଟିବା ପାଇଁ ସରକାର ଶୁଖିଲା ଖାଦ୍ୟ ଯୋଗାଇ ଦେଇଥାନ୍ତି । ଯାଜପୁର ଜିଲ୍ଲା ବରୀକୁ ଆସିଥିବା ବସ୍ତା ବସ୍ତା ଚୁଡା ଲୋକଙ୍କୁ ବଣ୍ଟାନଯାଇ ଗୋଦାମ ଘରେ ନଷ୍ଟ ହେଉଛି । ଏପରିକି ନଷ୍ଟ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଚୁଡା ବସ୍ତାକୁ ଖାଲରେ ପୋତି ଦିଆଯାଉଛି ।
କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସମେତ ଗରିବ ଲୋକମାନେ ଖାଇବାକୁ ନପାଇ ଭୋକ ଉପାସରେ ଜୀବନ ବିତାଉଥିବାବେଳେ ବରୀ ବ୍ଲକରେ ବସ୍ତା ବସ୍ତା ଚୁଡା ନଷ୍ଟ ହେଉଥିବାନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )
No Result
View All Result