ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) କୋରାଇ :- କୋରାଇ ମଣ୍ଡଳ ସାହିତ୍ୟ ସଂସଦର ବସନ୍ତ ଉତ୍ସବ ଓ ଆଲୋଚନାଚକ୍ର ଧନେଶ୍ୱର ପଂଚାୟତ ମୃତ୍ୟୁଞ୍ଜପୁର (ପଣ୍ଡୁଳା) ସ୍ଥିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଅକ୍ଷୟକୁମାର ମଲ୍ଲିକ (ରାଜସ୍ୱ) ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପଣ୍ଡିତ ଯୁଗଳକିଶୋର ମିଶ୍ର ପବିତ୍ର ମବ ଉଚ୍ଚାରଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉତ୍ସବର ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ସଂସଦର ଉପସଭାପତି ବିନୋଦବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି ଓ ଗୋକର୍ଣ୍ଣି କାର ସଂପାଦକ ରାମାକାନ୍ତ ଜେନା ଯୋଗ ଦେଇଥିଲେ ।

କବିୟିତ୍ରୀ ବ୍ରଜେଶ୍ୱରୀ ସିଂହ, ଅଧ୍ୟାପିକା ଡକ୍ଟର ପ୍ରଜ୍ଞାପ୍ରବର୍ତିକା ଦାସ, ପଣ୍ଡିତ ଅକ୍ଷୟ କୁମାର ଦାସ ଓ ସନ୍ଧ୍ୟାରାଣୀ ଘଡେଇଙ୍କ ସଂଯୋଜନାରେ ଅଧ୍ୟାପକ ଚନ୍ଦନ ପ୍ରଧାନ, ରବି ଶତପଥୀ, ଅପ ଣ୍ଣ ର୍ା ମିଶ୍ର, ଡା. ଶରତ ରାୟ, ଇଂ ବିଶ୍ୱଜିତ ମହାନ୍ତି, କୈଳାଶ ପାତ୍ର, ପ୍ରଭାତ ସିହ୍ନା, ତାରିଣୀ ପଟ୍ଟନାୟକ, ଅଶୋକ ପତି ପ୍ରମୁଖ ୬୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରି ବସନ୍ତ ଉତ୍ସବକୁ ମଧୁମୟ କରିଥିଲେ । ସାଂସ୍କୃତିକ ସଂପାଦକ ବାଇଧର ମାଝୀ ଓ ଅକ୍ଷୟକୁମାର ବାରିକ ମଂଚ ପରିଚାଳନା କରିଥିଲେ । ମଧ୍ୟାହ୍ନରେ ଦ୍ୱିତୀୟ ଅଧିବେଶନ ଆଲୋଚନ ଚକ୍ର ଓ ସମ୍ବର୍ଦ୍ଧନା ସଭା ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଜିଲ୍ଲାଲେଖକ ସମ୍ମିଳନିର ସଭାପତି ଡା. ରୁୁଦ୍ରନାରାୟଣ ପୃଷ୍ଟି ଯୋଗ ଦେଇଥିଲା ବେଳେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ ଯୋଗେଦେଇଥିଲେ ।

ସ୧ାନିତ ବକ୍ତାଭାବେ ପ୍ରାଧ୍ୟାପକ ପ୍ରିୟଦର୍ଶନ ଅମିତାଭ ଖୁଟିଂଆ ଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ସଂପାଦକ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଂଟିଆ ସ୍ୱାଗତଭାଷଣ, ଅତିଥି ପରିଚୟ ଓ ବିବରଣୀ ପାଠ କରିବା ସହ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଚଳିତବର୍ଷ ସଂସଦର ‘ସେବା ସମ୍ମାନ’ ବିଶିଷ୍ଟ ଚିକିତ୍ସକ ଡା. ଗୌରିଶଙ୍କର ଷଡଙ୍ଗୀ ଓ ‘ଜଗତ-ମଙ୍ଗଳ କୃଷକ ସମ୍ମାନ’ ଯୁବକୃଷି ଉଦ୍ୟୋଗୀ ଚନ୍ଦନ ମଲିକଙ୍କୁ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଅବସରରେ କବି ଚନ୍ଦ୍ରମାଣି ପାତ୍ରଙ୍କ ସମେତ ଦିବଗଂତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚଳାନାରେ ଉପସଭାପତି ମମତାଜ ଅଲ୍ଲୀ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, କୋଷାଧ୍ୟକ୍ଷ ନବଘନ ସ୍ୱାଇଁ, ପ୍ରଦୀପକୁମାର ଦାସ, ସୁବାସ ଧଳ, କାର୍ତିକ ଦ୍ୱିବେଦୀ, ମହମ୍ମଦ ନସମୁଲଗନି, ମଧୁସୂଦନ ମହାପାତ୍ର ଓ ଯୁବ ସମାଜସେବୀ ପ୍ରମୋଦ କୁମାର ମାହାନ୍ତି ସମତେ ସଂସଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦକ ଅକ୍ଷୟକୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)













