No Result
View All Result
ଲିଜ୍ ରେ ନେଇଥିବା ଖଣି ରୁ ପଥର ନଖୋଳି କୋମଣ୍ଡ ର ସମସ୍ତ ଖଣିକୁ ଖୋଳି ବେଆଇନ ଭାବେ ପଥର ଚୋରି କରୁଥିବା ଦୁର୍ଦାନ୍ତ ଖଣି ମାଫିଆକୁ ଧରିଲେ ଓଡ଼ଗାଁ ପୋଲିସ : ବହୁ ଦିନ ଧରି ଖେଳ ଖେଳୁଥିବା ମାଫିଆ କୁ ପଠାଇଲେ ଜେଲ – ମୁଖ୍ୟ ଆସାମୀ ଟୁକୁନା ପାତ୍ର ଗିରଫ
ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର/ଓଡ଼ଗାଁ :- ଓଡ଼ଗାଁ ତହସିଲ ଅଧିନସ୍ଥ କୋମଣ୍ଡ ପଥର ଖଣି ଉପରେ ବହୁତ ଦିନରୁ ଥିବା ମାଫିଆ ରାଜର ଆତଙ୍କ କୁ ପୂର୍ଣ୍ଣଛେଦ ପକାଇବା ପାଈଁ ପୋଲିସ ର ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟସରକାର ଖଣି ଖାଦନ କୁ ନେଇ ପ୍ରଶାସନ ର କଡାକଡି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟତାମୂଳକ ସାଜିଥିଲେ ହେଁ ପଥର ଖଣି ମାଫିଆ ଙ୍କ ଆତଙ୍କରାଜ କୁ ସମୂଳ ନାଶ କରିବା କୁ ଅଣ୍ଟା ଭିଡିଛି ପୋଲିସ । ଗତ କାଲି (ଶୁକ୍ରବାର) ଦିନ ବେଆଇନ ପଥର ଖଣି ଖନନ ଚାଲିଥିବା ର ଖବର ପାଇ ଓଡ଼ଗାଁ ପୋଲିସ ଅଚାନକ ଚଢଉ କରିଥିଲେ । ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସି ପ୍ରଜ୍ଞା ପରମିତା ଜେନା ଅଚାନକ ଚଢ଼ାଉ କରି ୪ଟି ପାୱାର ଟିଲର୍ ଜବତ କରିଥିବା ମଧ୍ୟ ଜଣାପଡିଛି ।
ଏଥିସହ ୩୦ ରୁ ଉର୍ଦ୍ଧ୍ୱ ବେଆଇନ ଖଣି ଚାଲିଥିବା ନେଇ ଅଭିଯୋଗ ହେଇ ଆସୁଛି ବେଆଇନ ଖଣି ଉପରେ ପୋଲିସ ପ୍ରସାଶନ ପକ୍ଷ ରୁ କଡ଼ା କଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଖଣି ଖନନ ରେ ବ୍ୟବହୃତ ବେଆଇନ ଡମ୍ପର , ଜେସିବି ଇତ୍ୟାଦି ରେ ଦିନ ରାତି ପଥର ବୋହି ନେଉଛନ୍ତି ମାଫିଆ । ଖଣି ଉପରେ ଜଙ୍ଗଲ ବିଭାଗ ଏବଂ ପୋଲିସ ପ୍ରଶାସନ ର ଲଗାତର ଚଢଉ ବେଆଇନ ଖଣି ଖାଦନ ରୁ ଲକ୍ଷାଧିକ ଟଙ୍କାର ପଥର କଟା ମେସିନ ମାନ ଜବତ କରିବା ରେ ଲାଗିଛି । ଏହି ଭଳି ପଥର ମାଫିଆ ଙ୍କ ବେଆଇନ ପଥର ଚାଲାଣ ସାଧାରଣରେ ନିନ୍ଦା ର କାରଣ ପାଲଟିଛି ।
ମାଫିଆ ମାନେ ବେଆଇନ ଖଣି ଖନନ ରେ ରୋକ ଲଗାଉଥିବା ତହସିଲଦାର ଙ୍କୁ ଆକ୍ରମଣ କରିଥିବା ସୁଚନା ମିଳିଥିଲା । ଏହି ଚଢ଼ାଉ ରେ ଓଡ଼ଗାଁ ଥାନା ଏସଆଇ ସଞ୍ଜୟ କୁମାର ପରିଡ଼ା କୋମଣ୍ଡ ରାଜସ୍ବ ନୀରିକ୍ଷକ ସୁଧୀର କୁମାର ପରିଡ଼ା ଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିଵା ବେଳେ ୪ଟି ପାୱାର ଟିଲର କୁ ଜବତ କରି ଓଡ଼ଗାଁ ଥାନାକୁ ନିଆଯାଇଛି । ତେବେ ଏହି ଗାଡ଼ି ଗୁଡ଼ିକ କୋମଣ୍ଡ ଅଞ୍ଚଳ ର ଟୁକୁନା ପାତ୍ର ଓ କୁଲୁ ଭଟ୍ଟଙ୍କର ବୋଲି ଜଣାପଡିଛି । ଅଭିଯୁକ୍ତ ଟୁକୁନା ପାତ୍ର ଙ୍କୁ ଗିରଫ କରାଯାଇ ୩୩/୨୧ ରେ କେସ୍ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଇଆଇସି ଙ୍କ ଏହି ଚଢାଉ ଅନ୍ୟ ମାଫିଆ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।
No Result
View All Result