ସାପ ବିଷ ବେପାର ଘଟଣା, ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ
ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର :- ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି । ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି । ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରୁ ଗୌତମ ନାମକ ଜଣେ ମାଷ୍ଟରମାଇଣ୍ଡ ଏହି ସାପ ବିଷକୁ ପଠାଇଥିଲା । ଏଥିପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ବି ହୋଇଥିଲା । ଏମାନେ ରାଜଧାନୀରେ ଏହି ସାପ ବିଷ ଧରି ଠିକଣା ଜାଗାକୁ ଚାଲାଣ କରିଥାନ୍ତେ ଅଭିଯୁକ୍ତ । ସେଥିପାଇଁ ଔଷଧ ନାଁରେ ଚାଲାଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଥିଲେ ।