No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର :- ରାଜ୍ୟରେ ବିଦ୍ୟୁତ ଦର କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ମଞ୍ଜୁରୀ ଦେଇଛି । ଫଳରେ ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ମୂଲ୍ୟ ୩ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କା ଦେବାକୁ ପଡିବ ।
ବିପିଏଲ୍ ଓ ଜଳସେଚିତ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ । ବର୍ଦ୍ଧିତ ଶୁଳ୍କ ଏପ୍ରିଲ୍ ୪ ତାରିଖରୁ ଲାଗୁ କରାଯିବ । ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି କରାଯାଇଛି । ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ । ଅର୍ଥାତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ମିଳିବ । ଟ୍ରାନ୍ସମିସନ ତାରିଫ ୟୁନିଟ ପିଛା ୩ ପଇସାକୁ ବୃଦ୍ଧି ଯୋଗୁ ଏଣିକି ୨୫ ପଇସା ପରିବର୍ତ୍ତେ ୨୮ ପଇସା ହେବ ।
No Result
View All Result