No Result
View All Result
୨୦୧୯ ନିର୍ବାଚନରେ ପିପିଲିରେ ପ୍ରଦୀପ ମହାରଥୀ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ମାତ୍ର ୧୫, ୭୮୫ ଭୋଟ୍ରେ ଜିତିଥିଲେ ପ୍ରଦୀପ ମହାରଥୀ । ସ୍ୱର୍ଗତ୍ ମହାରଥୀଙ୍କୁ ୮୮,୫୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଆଶ୍ରିତଙ୍କୁ ମିଳିଥିଲା ୭୨,୭୩୧ ଖଣ୍ଡ ଭୋଟ । କଂଗ୍ରେସକୁ ମାତ୍ର, ୯,୮୩୦ ଖଣ୍ଡ ଭୋଟ ମିଳିଥିଲା ।
ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ଦେବାକୁ ଯାଉଛି । ୨୩ ମାର୍ଚ୍ଚରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣାକୁ ଅପେକ୍ଷା ଥିଲା । ଏହି ଦୌଡ଼ରେ ଶାସକ ବିଜେଡି ଓ କଂଗ୍ରେସ ଦଳକୁ ପଛରେ ପକାଇ ପ୍ରଥମେ ପିପିଲିରୁ ବିଜେପି ଆଶ୍ରିତ ପଟ୍ଟନାୟକ ନାଁ ଘୋଷଣା କରିଥିବା ବେଳେ ଆଜି ବିଜେଡି ପାର୍ଥି ତାଲିକା ଘୋଷଣା କରିଛି । ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଭାବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛି ବିଜେଡି ।
ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତାଙ୍କ ସହ ଲଢ଼ି କଡ଼ା ଟକ୍କର ଦେଇଥିବାରୁ ଏବେ ତାଙ୍କ ଅନୁପସ୍ଥିତିରେ ବିଜେପି ବାଜିମାତ୍ କରିବ ବୋଲି ଆଶାବାଦୀ ଅଛି । ଅନ୍ୟପଟେ ବିଜେଡି ପିପିଲିକୁ ନିଜର ଗଡ଼ କହିବା ସାଙ୍ଗକୁ ନିର୍ବାଚନୀ ପ୍ରସ୍ତୁତି ପର୍ବରେ ସର୍ବାଗ୍ରେ ଥିବାର ଦୃଢେ଼ାକ୍ତି ରଖିଛି । ପିପିଲି ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି । ଏପ୍ରିଲ ୧୭ ତାରିଖରେ ଏହି ବହୁଚର୍ଚ୍ଚିତ ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ ।