No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମ ବାଲୁଙ୍କେଶ୍ୱର ମହାଦେବ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟେରା ମାନେ ମନ୍ଦିର ହୁଣ୍ଡି ଲୁଟିଥିବା ଅଭିଯୋଗ ହୋଇଛି । ମନ୍ଦିର ହୁଣ୍ଡିକୁ ଲୁଟେରା ଲୁଟିବା ପରେ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ଓ କିଛି ଅଳଙ୍କାର ନେଇ ହୁଣ୍ଡିକୁ ନିକଟସ୍ଥ ଏକ ଅଂଚଳରେ ଫୋପାଡ଼ି ଚାଲି ଯାଇଥିବା ଜଣାପଡ଼ିଛି । ଶୁକ୍ରବାର ମନ୍ଦିର ପୂଜକ ମନ୍ଦିର ଖୋଲିବା ପରେ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ଗ୍ରାମର କିଛି ଲୋକେ ମନ୍ଦିର ନିକଟରେ ଭଙ୍ଗା ହୁଣ୍ଡି ପଡ଼ିଥିବା ଦେଖି ଗ୍ରାମ୍ୟ ପରିଚାଳନା କମିଟିଙ୍କୁ ଜଣାଇଥିଲେ । ଘଟଣା ନେଇ ଗ୍ରାମ୍ୟ ପରିଚାଳନା କମିଟି ସଭାପତି କେ. ବାସୁଦେବ ହିଞ୍ଜିଳି ଥାନାକୁ ଜଣାଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
No Result
View All Result