No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ଖୋର୍ଦ୍ଧା :- ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ । ଏକ ମ୍ୟୁଟେସନ କେସର ତଦନ୍ତ ରିପୋର୍ଟ ଦେବାକୁ ୧୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗିରଫ ରାଜସ୍ୱ ନିରୀକ୍ଷକ ହେଉଛନ୍ତି ମନୋଜ କୁମାର ନାୟକ। ସେ ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋରେ କାର୍ଯ୍ୟରତ ଥିଲେ ।
ସୂଚନା ଅନୁସାରେ, ଗୋଡ଼ିକିଲୋ ଗ୍ରାମର ତ୍ରିନାଥ ଛୁଆଳସିଂଙ୍କ ଜମିର ମ୍ୟୁଟେସନ ରିପୋର୍ଟ ଦେବାକୁ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ୧୩ଶହ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ସୂଚନା ମୁତାବକ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ମନୋଜଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି । ଏହି ଘଟଣାରେ ସିକୋ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପିଅନ ବ୍ରଜ କିଶୋର ସାମନ୍ତରାୟଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି ।
No Result
View All Result