No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ,ମଙ୍ଗଳବାର ) ପିପିଲ :- ଏ ନେଇ ସମସ୍ତ ଦଳ ପିପିଲିର ମୁଖ୍ୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ କିଭଳି ସମାଧାନ କରିବେ ସେନେଇ ଆଲୋଚନା ଚାଲିଛି । ରାସ୍ତାଘାଟଠାରୁ ଆରମ୍ଭ ହୋଇ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପ୍ରକୃତ ହିତାଧିକାରୀମାନଙ୍କୁ ଏପର୍ଯ୍ୟନ୍ତ ପ୍ରାପ୍ୟ ମିଳି ନ ଥିବା ଅଭିଯୋଗ ହୋଇଛି । ସେହିଭଳି ଦୀର୍ଘଦିନର ସମସ୍ୟା ପିପିଲିରେ ବସଷ୍ଟାଣ୍ଡ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାସେ ତଳେ ପିପିଲି ବ୍ଲକ ପାଇଁ ବସଷ୍ଟାଣ୍ଡ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ପେଡି ଖୋଲିଥିଲେ ।
ହେଲେ ବସଷ୍ଟାଣ୍ଡ ପାଇଁ ପାଦଟିଏ ବି ଆଗେଇନି ପିପିଲି ଏନଏସି । ଏହି ବସଷ୍ଟାଣ୍ଡ ପାଇଁ ୨୦୧୩ରେ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ । କିଛିଦିନ ଧରି ମାଟି ପୋତା କାମ ହୋଇ ରହିଗଲା । ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସମୟରେ ଏନଏସିର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ଏନ୍ ତ୍ରିପାଠୀ ଓ ଚେୟାରମ୍ୟାନ ଏସ୍.କେ. ବାବୁଙ୍କ ସମୟରେ ବସଷ୍ଟାଣ୍ଡ ପାଇଁ ଲାଗିଥିଲା ଫଳକ ।
ଏହାକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ହୋଇ ନ ପାରି କେବଳ ଫଳକରେ ସୀମିତ ହୋଇ ରହିଗଲା ପିପିଲି ବସଷ୍ଟାଣ୍ଡ । ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ବସଷ୍ଟାଣ୍ଡ ହୋଇପାରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବସଷ୍ଟାଣ୍ଡ ନ ଥିବାରୁ ଛାତ୍ରୀଛାତ୍ର ଓ ଯାତ୍ରୀମାନେ ଖୋଲା ଆକାଶ ତଳେ ଖରାରେ ବସ୍କୁ ଅପେକ୍ଷା କରୁଥିବାବେଳେ ପିଇବା ପାଣି ଓ ଶୌଚାଳୟଟିଏ ବି ନ ଥିବା କାରଣରୁ ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏ ନେଇ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତ ପାଇଁ ଯାଇଥିବାବେଳେ ସେ ଛୁଟିରେ ଥିବା ଜାଣିବା ପରେ ତାଙ୍କ ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୂତି ତ୍ରିପାଠୀ କହିଛନ୍ତି, ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଏବେ ଦେଢ଼ କୋଟି ଟଙ୍କା ଆସିଛି । କିନ୍ତୁ ଏବେ ଉପନିର୍ବାଚନ ଥିବାରୁ କାର୍ଯ୍ୟ କେବେ ହେବ ସେନେଇ ନିଷ୍ପତ୍ତି ହୋଇ ନାହିଁ ।
No Result
View All Result