No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ଭୁବନେଶ୍ୱର :- ରାଜ୍ୟରେ ଆଉ ୧୫ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରୀଙ୍କ ପାଇଁ ସଂରକ୍ଷଣ କରାଯିବ । ମେଡ଼ିକାଲ ଓ ଇଞ୍ଜିନିୟରିଂ ଆଡମିସନରେ ୧୫ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଗୃହୀତ ହୋଇଛି । ସର୍ବସମ୍ମତି କ୍ରମେ ଗୃହରେ ସଂକଳ୍ପ ପାରିତ ହୋଇଛି । ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବ ଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଛି । ଏହି ଏକକ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ପରଠୁ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜଗୁଡିକର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ହ୍ରାସ ପାଇଛି ।
କାରଣ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉ ନଥିବାରୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି । ଏସବୁ କାରଣକୁ ଦେଖି, ସରକାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି । ନୂଆ ବ୍ୟବସ୍ଥା ଫଳରେ ସରକାରୀ ସ୍କୁଲରେ ପାଠ ପଢୁଥିବା ଗ୍ରାମାଞ୍ଚଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ସୃଷ୍ଟି ହେବ । ଏହାସହ ଅସମତା ଦୂର ହେବା ଦ୍ୱାରା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ସୁବିଧା ପାଇ ପାରିବେ ।
No Result
View All Result