• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଭିୟର୍ ୟୁନିଭରସିଟି, ଷଷ୍ଠ ବାର୍ଷିକ ସମାବର୍ତ୍ତନ ଉତ୍ସବ ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର  

Proprietor Abhimanyu Maharana by Proprietor Abhimanyu Maharana
March 23, 2021
in ଓଡ଼ିଶା, ମହାନଗର, ହୋମ୍
0
ଜାଭିୟର୍ ୟୁନିଭରସିଟି, ଷଷ୍ଠ ବାର୍ଷିକ ସମାବର୍ତ୍ତନ ଉତ୍ସବ ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର   
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ଭୁବନେଶ୍ୱର :- ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର ଏହାର ଷଷ୍ଠ ବାର୍ଷିକ ସମାବର୍ତ୍ତନ ଉତ୍ସବ ମାର୍ଚ୍ଚ ୨୦, ୨୦୨୧ ଅପରାହ୍ନ ୫:୩୦ ଘଟିକାରେ, XIMB କ୍ୟାମ୍ପସ, ଜାଭିୟର୍ ସ୍କୋୟାର, ଭୁବନେଶ୍ୱରଠାରେ ଅନୁଷ୍ଠିତ କରାଇଥିଲା | ଏହି ଅବସରରେ ବିଭିନ୍ନ ପାଠ୍ୟକ୍ରମର ଯଥା ପିଏଚ୍.ଡି କୀର୍ଯ୍ୟକ୍ରମ, ଏମବିଏ-ବ୍ୟବସାୟ ପରିଚାଳନା, ଏମବିଏ-ମାନବ ସମ୍ବଳ ପରିଚାଳନା, ଏମବିଏ-ଗ୍ରାମୀଣ ପରିଚାଳନା, ଏମବିଏ-ସ୍ଥିରତା ପରିଚାଳନା, ଏମବିଏ-ସହରୀ ପରିଚାଳନା ଏବଂ ପ୍ରସାଶନ, କାର୍ଯ୍ୟନିର୍ବାହୀ ଏମବିଏ, ସ୍ନାତକୋତ୍ତର(ଜନସଂଚାର), ଏବଂ ଆର୍ଥିକ ବ୍ୟବସାୟରେ ସ୍ନାତକୋତ୍ତରୁ ୬୮୯ ଛାତ୍ରଛାତ୍ରୀ ସ୍ନାତକ ହାସଲ କରିଥିଲେ | ଉତ୍ତୀର୍ଣ୍ଣ ସ୍ନାତକଗଣ ଦାୟିତ୍ଵସଂପନ୍ନ କର୍ପୋରେଟ୍ ନାଗରିକ ହେବା ଲକ୍ଷ୍ଯରେ ନିଜକୁ ଅଗ୍ରସର କରି କାର୍ଯ୍ୟ କରିବା ପୂର୍ବକ ଏବଂ ଆଗାମୀ କାଲିର ନେତୃତ୍ବ ନେବାରେ ଆତ୍ମପ୍ରତ୍ଯୟ ସୃଷ୍ଟି କରିଛନ୍ତି। ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପୂର୍ବରୁ ସେମାନଙ୍କ ଉପଲବ୍ଧିଗୁଡ଼ିକରେ ଉତ୍ସବ ମୁଖର କରିବା ନିମନ୍ତେ ସମାବର୍ତ୍ତନ ଏକ ସୁମଧୁର ଅବସର |

ଏହି ଉତ୍ସବ ପାଇଁ ଟାଟା ଷ୍ଟିଲ୍ ଲିମିଟେଡର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି ନରେନ୍ଦ୍ରନ୍ ମୁଖ୍ୟ ଅତିଥି ତଥା ସମାବର୍ତ୍ତନ ଦିବସର ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ। ଟାଟା ଷ୍ଟିଲ୍ ରେ ସାଂସ୍କୃତିକ ପରିବର୍ତ୍ତନର ମୁଖ୍ଯ ପ୍ରେରକ ଏବଂ ସଙ୍କଟ ସମାଧାନ ପୁରୁଷ ଭାବରେ ପରିଚିତ ବ୍ଯକ୍ତିଙ୍କ ବିଦ୍ ବିଭାପୂର୍ଣ ଶବ୍ଦସମୂହ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିବ | ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଫାଦର୍ ଜିରୋମ୍ କୁଟିନହା,ଏସ.ଜେ, ସଭାପତି, ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର, ନିକୋ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ର ଚେୟାରମ୍ୟାନ୍ ତଥା ନିକୋ ପାର୍କ ଆଣ୍ଡ ରିସର୍ଟ ଲିମିଟେଡ୍ ର ପ୍ରମୋଟର୍ ନିର୍ଦ୍ଦେଶକ ଶ୍ରୀ ରାଜୀବ କଲ୍ , ଜାଭିଅର୍ ୟୁନିଭରସିଟି ବୋର୍ଡ ଅଫ୍ ଗଭର୍ନର୍ସ, ଜାଭିୟର୍ ୟୁନିଭରସିଟି(XUB) ର ବିଭିନ୍ନ ବିଦ୍ୟାଳୟର ଡିନ୍, ଜାଭିୟର୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଏବଂ ପ୍ରତିଷ୍ଠିତ ଶିକ୍ଷାବିତ, ବରିଷ୍ଠ ସରକାରୀ ଅଧିକାରୀ ଏବଂ କର୍ପୋରେଟ୍ ର ବିଶିଷ୍ଟ ବ୍ଯକ୍ତିଗଣ, ଯେଉଁମାନେ ଆମର ଅଭିଜିତ ବୋର୍ଡ ଅଫ୍ ଗଭର୍ନରର ଏକ ଅଂଶ ଅଟନ୍ତି, ସେମାନେ ମଧ୍ଯ ଉପସ୍ଥିତ ଥଲେ |

ଅତିଥି, ଅଧ୍ୟାପକଗଣ, ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ଅବସରରେ, ପ୍ରୋଫ. ଶ୍ରୀଧର କୁମାର ଦାଶ, ଡିନ,ଏକ୍ସ.ଆଇ.ଏମ୍.ବି, ନିଜ ପ୍ରେରଣାଦାୟକ ବକ୍ତବ୍ଯରେ ୨୦୧୮-୨୦ ଶିକ୍ଷାବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ନାତକତା ଏବଂ ବିଶ୍ୱବିଦ୍ୟାଳୟରେ ସେମାନଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ | ସେ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରସର ହେବାକୁ ଏବଂ ଆମର ସମ୍ମାନଜନକ ଅନୁଷ୍ଠାନର ଉତ୍ତରାଧିକାରୀକୁ ଆଗକୁ ନେବାକୁ ମଧ୍ୟ ଅନୁରୋଧ କରିଥିଲେ | ସେ ଭରସା ଅନୁପ୍ରବେଶ କରି ଦର୍ଶାଇଥିଲେ ଯେ “ଆମର ଈଶ୍ବରଙ୍କ ଉପରେ ବିଶ୍ୱାସ ଅଛି ଏବଂ ଆମେ ମାନବଜାତିର ମନୋଭାବ ​​ପାଇଁ ଗର୍ବିତ ଏବଂ ଆଶା କରୁଛୁ ଆମେ ଏହି ମହାମାରୀ ସହିତ ମିଶିକି ଲଢିବା”|

ଜାଭିୟର୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି, ଡ: ଫାଦର୍ ଆଣ୍ଟୋନି ଆର ଉଭାରୀ, ତାଙ୍କର କୁଳପତୀୟ ବିବରଣୀରେ ଜାଭିୟର୍ ବିଶ୍ୱବିଦ୍ୟାଳୟର ୨୦୧୯ -୨୦୨୦ ଶିକ୍ଷାବର୍ଷର ଉପଲବ୍ଧିକୁ ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିେଲ ଯେ “ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର (XUB) ହେଉଛି ବିଶ୍ୱସ୍ତରରେ ମାନ୍ଯତାପ୍ରାପ୍ତ ଏବଂ ଏହା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ପରିଚାଳନା ଶିକ୍ଷା ପ୍ରଦାନ କରୁଥିବା ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ। ସେ ୨୦୧୮-୨୦ ଶିକ୍ଷାବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇ କହିଥିଲେ: “ପ୍ରିୟ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ, ତୁମେମାନେ ଜାଭିୟର୍ ବିଶ୍ୱବିଦ୍ୟାଳୟର ଘରୁ ବାସ୍ତବ ଦୁନିଆକୁ ଯାଉଥିବାବେଳେ ମୋର ପ୍ରାର୍ଥନା ପ୍ରତ୍ୟେକଙ୍କ ନିକଟକୁ ଯାଉଅଛି।” ସମବେତ ଶ୍ରୋତାମଣ୍ଡଳୀକୁ ଉଦ୍-ବୋଧନ ଦେଇ ,ସଭାପତି, ଫାଦର୍ ଜିରୋମ୍ କୁଟିନହା,ଏସ.ଜେ, ଅନୁକୂଳତା ଏବଂ ସ୍ଥିରତା ଉପରେ ଗୁରୁତ୍ଵାରୋପ କରିଥିଲେ, ମୁଖ୍ୟ କରି ଯେତେବେଳେ “ଭର୍ଚୁଆଲ୍ ରିୟ୍ଯାଲିଟି” ଏବଂ “ଅଗମେନଟେଡ ରିୟ୍ଯାଲିଟି “ ହେଉଛି ନୂତନ ସ୍ୱାଭାବିକ ପରିସ୍ଥିତି |

ସେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପରିବାର ଏବଂ ସମାଜ ପ୍ରତି ସେମାନଙ୍କର ଦାୟିତ୍ଵ ଏବଂ ଏହା କିପରି ତାଙ୍କୁ ଦିଗଦର୍ଶନ ଦେବ ତାହା ମନେ ପକାଇଥିଲେ| ସେ କହିଥିଲେ, “ନେତାମାନେ ପଛଘୁଞ୍ଚା ଦିଅନ୍ତି ନହିଁ ବରଂ ନୂତନ ନିୟମ ଅନୁଯାୟୀ ସେମାନେ ନିଜ ମାର୍ଗକୁ ପୁନଃ ପରିବର୍ତ୍ତନ କରନ୍ତି। ଦର୍ଶକମାନଙ୍କୁ ସମ୍ବୋଧିତ କରି ଶ୍ରୀ ରାଜୀବ କଲ୍ କହିଥିଲେ: ତୁମେମାନେ ଏକତ୍ର ହୋଇ ଭାରତକୁ ଏକ ଉଚ୍ଚତାକୁ ନେବାକୁ ଯାଉଛ। ତୁମେମାନେ , ଏକ୍ସ.ଆଇ.ଏମ୍.ବି ଏବଂ ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱରରେ ଗ୍ରହଣ କରିଥିବା ମୂଲ୍ୟବୋଧ ସହିତ ଅଗ୍ରସର କରିବ, ଏବଂ ତୁମେମାନେ ମିଶିକି ଏକ ପ୍ରୋତ୍ସାହିତ ଭାରତ ଗଠନ କରିବ ଯାହା ବର୍ଷ ବର୍ଷ ଧରି ଶକ୍ତିଶାଳୀ, ଜୀବନ୍ତ ଏବଂ ଅଧିକ ସମ୍ମାନର ଅଧିକାରୀ ହେବ | ସମ୍ମିଳନୀର ବାଚସ୍ପତି ଏବଂ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବରେ ଶ୍ରୀ ଟି.ଭି ନରେନ୍ଦ୍ରନ୍ ତାଙ୍କ ପ୍ରେରଣାଦାୟକ ଶବ୍ଦରେ ସମାବେଶକୁ ସମ୍ବୋଧିତ କରିଥିଲେ। ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସେ ପ୍ରକାଶ କରିଥିଲେ ଯେ “ଏପରି କାର୍ଯ୍ୟ କର ଯାହା କରିବାକୁ ତୁମେମାନେ ଆଗ୍ରହୀ " |

ତୁମେମାନେ ଆଗ୍ରହୀ ଥିବା ଅନୁଷ୍ଠାନରେ ଯୋଗ ଦିଅ, ଯାହା ଦ୍ଵାରା ତୁମକୁ ଉତ୍କର୍ଷତା ପାଇଁ କାହାରି ବଳର ଆବଶ୍ୟକତା ପଡିବ ନାହି| ତୁମର ଯାତ୍ରା ପାଇଁ ସ୍ଥିରତା ଏବଂ ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି| ତୁମେ ନିଶ୍ଚିତ ଭାବରେ କଠୋର ନିଷ୍ପତି ଗ୍ରହଣ କରିବ, ଏବଂ ସେହି ସମୟରେ ଲୋକମାନଙ୍କ ଉପରେ ତୁମ ନିଷ୍ପତିର ପରିଣାମକୁ ବୁଝିବାକୁ ହେବ| ତୁମେର ଶ୍ୱସନୀୟତା ଏବଂ ସତ୍ୟତା ସ୍ଥିର କରିବ ଯେ ତୁମେ ଜଣେ ଭଲ ନେତା ହେବ କି ନାହିଁ | ଆମେ କରୁଥିବା କାର୍ଯ୍ୟ ଆମ ଅନୁଷ୍ଠାନ ପାଇଁ ଏକ ପରିଚୟ ସୃଷ୍ଟି କରେ ଏବଂ ଏହା ହେଉଛି ଏକ ଦାୟିତ୍ଵ ଯାହା ଆମେ ସାରା ଜୀବନ ବହନ କରିଥାଉ। ” ଶୈକ୍ଷଣିକ କାଯ୍ୟକ୍ରମର ଉତ୍କର୍ଷ ଯୋଗୁ ବିଭିନ୍ନ ବିଦ୍ୟାଳୟଗୁଡିକର ଶୀର୍ଷ ମାନ୍ୟତାଧାରୀ ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କ ଦ୍ବାରା ସ୍ୱର୍ଣ୍ଣ ପଦକ ସହିତ ସମ୍ମାନିତ ତଥା ପୁରସ୍କୃତ ହୋଇଥିଲେ | ସମସ୍ତ ବିଦ୍ୟାଳୟଙ୍ଗୁଡ଼ିଙ୍କର ସ୍ନାତକଧାରୀଙ୍କ ତାଲିକା ଏଠାରେ ସଂଲଗ୍ନ କରାଯାଇଛି | ଶେଷରେ, ପ୍ରଫେସର ଫାଦର ଇ.ଏ. ଅଗଷ୍ଟିନ, ଏସ.ଜେ,ରେଜିସ୍ଟ୍ରାରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଇଯାଇ ସମାବର୍ତ୍ତନ ଉତ୍ସବର ସଫଳ ଉତଯାପନ ଘୋଷଣା କରଯାଇଥିଲା |

ସେ ସମ୍ମାନିତ ଅତିଥି, ଅଧ୍ୟାପକଗଣ , ଆଇଟି ଏବଂ ଯୋଗାଯୋଗର ଅତିଥିମାନଙ୍କୁ ଏବଂ ଛାତ୍ର ସ୍ଵେଚ୍ଛାସେବୀମାନଙ୍କୁ ଏହାର ଷଷ୍ଠ ବାର୍ଷିକ ସମ୍ମିଳନୀକୁ ସଫଳ କରିଥିବାରୁ କୃତଜ୍ଞତା ଜଣାଇଲେ | ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର ଜାଭିୟର୍ ୟୁନିଭରସିଟି, ଭୁବନେଶ୍ୱର (XUB) ଜାଭିୟର୍ ୟୁନିଭରସିଟି ଆଇନ୍ ୨୦୧୩ ଅନୁଯାୟୀ ପ୍ରତିଷ୍ଠିତ ହୋଇଥିଲା ଏବଂ ୭ ଜୁଲାଇ ୨୦୧୪ ରେ ଏହାର ଉଦଘାଟନ କରାଯାଇଥିଲା। ଜାଭିୟର୍ ୟୁନିଭରସିଟି ଏହାର ଅଗ୍ରଗାମୀ ସ୍କୁଲ୍, ଜାଭିୟର୍ ଇନ୍ସଟିଚୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(XIMB) ମାଧ୍ୟମରେ ବ୍ୟବସାୟ ପରିଚାଳନା ପାଠ୍ୟକ୍ରମର ଏହାର ସ୍ନାତକୋତ୍ତର ଉପାଧି ପ୍ରଦାନ କରେ | ‘ମାଜିସ୍’ ବା ଉତ୍କର୍ଷର ଜିସୁଟ୍ ଆତ୍ମା ​​ଦ୍ୱାରା ଅନୁପ୍ରାଣିତ, XIMB ପରିଚାଳନା ଶିକ୍ଷା, ତାଲିମ, ଅନୁସନ୍ଧାନ ଏବଂ ପରାମର୍ଶ ପାଇଁ ସର୍ବଭାରତୀୟ ସ୍ତରରେ ଏକ ପ୍ରଧାନ ଅନୁଷ୍ଠାନ ହେବାକୁ ଚେଷ୍ଟା କରେ ଯାହା ଏକ ନ୍ୟାୟପୂର୍ଣ୍ଣ ତଥା ମାନବ ସମାଜ ଗଠନ କରିବାରେ ସାହାଯ୍ୟ କରେ | ପରିଚାଳନା ଶିକ୍ଷା ପ୍ରଦାନରେ ଉତ୍କର୍ଷତା ପାଇଁ ଆଜି ଅନୁଷ୍ଠାନ ବହୁଳ ଭାବରେ ମାନ୍ୟତା ପାଇଅଛି | ଏହା ଦେଶର ଏକ ଅଗ୍ରଣୀ ପରିଚାଳନା ଅନୁଷ୍ଠାନ ଭାବରେ ସୀକୃତି ଲାଭ କରିଛି |

ସ୍କୁଲ୍ ଅଫ୍ ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ୍ ମାଧ୍ୟମରେ ମାନବ ସମ୍ବଳ ପରିଚାଳନା, ସ୍କୁଲ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ୍ ମାଧ୍ୟମରେ ଗ୍ରାମୀଣ ପରିଚାଳନା, ସ୍କୁଲ୍ ଅଫ୍ ସଷ୍ଟେନେବିଲିଟି ମ୍ୟାନେଜମେଣ୍ଟ୍ ମାଧ୍ୟମରେ ସ୍ଥିରତା ପରିଚାଳନା, ସ୍କୁଲ୍ ଅଫ୍ ହ୍ୟୁମାନ୍ ସେଟଲମେନ୍ଟସ ମାଧ୍ୟମରେ ସହରୀ ପରିଚାଳନା, ସ୍କୁଲ ଅଫ୍ କମ୍ୟୁନିକେସନ୍ ମାଧ୍ୟମରେ ସ୍ନାତକୋତ୍ତର(ଜନସଂଚାର), ସ୍କୁଲ୍ ଅଫ୍ ଗଭର୍ନାନ୍ସ ଆଣ୍ଡ ପବ୍ଲିକ୍ ଆଫେୟାର୍ସ ମାଧ୍ୟମରେ ଜନ ନୀତି ଏବଂ ଶାସନ , ସ୍କୁଲ୍ ଅଫ୍ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ମାଧ୍ୟମରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ , ସ୍କୁଲ ଅଫ୍ ଇକୋନୋମିକ୍ସ ମାଧ୍ୟମରେ ଅର୍ଥନୀତି ଏବଂ ସ୍କୁଲ୍ ଅଫ୍ କମର୍ସ ମାଧ୍ୟମରେ ବ୍ୟବସାୟିକ ଅର୍ଥରେ ସ୍ନାତକୋତ୍ତର ପ୍ରଦାନ କରେ । ଏହା ସ୍କୁଲ ଅଫ୍ କମର୍ସ, ସ୍କୁଲ୍ ଅଫ୍ କମ୍ୟୁନିକେସନ୍, ସ୍କୁଲ୍ ଅଫ୍ ଇକୋନୋମିକ୍ସ, ସ୍କୁଲ୍ ଅଫ୍ ସଷ୍ଟେନେବିଲିଟି, ସ୍କୁଲ୍ ଅଫ୍ ଗଭର୍ନାନ୍ସ ଆଣ୍ଡ ପବ୍ଲିକ୍ ଅଫେୟାର୍ସ, ସ୍କୁଲ ଅଫ୍ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏବଂ ଜାଭିୟର୍ ଲ ସ୍କୁଲରେ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version