ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ । କିନ୍ତୁ ପୀଡିତ ବ୍ୟକ୍ତି ତୁରନ୍ତ ଦେଖାଇଲେ ସାହସ। କାଳବିଳମ୍ବ ନକରି ସାହସ ଜୁଟାଇ ସାପଟିକୁ କାବୁକଲେ ପୀଡିତ । ଖାଲି କାବୁ କଲେନି ବାଇକରେ ଏହାକୁ ଧରି ପହଞ୍ଚିଗଲେ ମେଡିକାଲରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ । ସାହସୀ ଯୁବକ ହେଲେ ଝରିଗାଁ ପଞ୍ଚାୟତ ଛୋଟାଗୁଡା ଗାଁର ସୁଧାଂଶୁ ସିଲ । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ସୁଧାଂଶୁ ନିଜ ଜମିରେ କାମ କରୁଥିଲେ । ଏହି ସମୟରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା । ସାପଟି ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସୁଧାଂଶୁ ଏହାକୁ ତୁରନ୍ତ ଧରି କାବୁ କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ସୁଧାଂଶୁ ସାପଟିକୁ ଧରି ବାଇକ୍ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ। ସୁଧାଂଶୁ ସାପଟିକୁ ଧରି ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ । ସାପଟିକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଭୟଭୀତ ହୋଇ ପଡିଥିଲେ । ପରେ ସୁଧାଂଶୁଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ସୁଧାଂଶୁ ବିପଦମୁକ୍ତ ଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି ।