No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମାର୍ଚ୍ଚ ମଙ୍ଗଳବାର ) କଟକ :- ଆଜି ହେଉଛି ମାର୍ଚ୍ଚ ୨୩ ତାରିଖ । ମହାତ୍ମାଗାନ୍ଧୀ ଓଡିଶାକୁ ଆଗମନର ଆଜି ହେଉଛି ଶହେବର୍ଷ । ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ ଗାନ୍ଧିଜୀ ଓଡିଶାକୁ ରେଳ ଯୋଗେ ଆସି ପ୍ରଥମେ କଟକ ରେଳଷ୍ଟେସନ ଠାରେ ଓହ୍ଲାଇ ଥିଲେ । ତାଙ୍କୁ ଗୋପବନ୍ଧୁ ଦାସ ଏବଂ ଅନ୍ୟ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣା ପାଛୋଟି ଆଣିଥିଲେ କଟକର ସ୍ୱରାଜ ଆଶ୍ରମକୁ । ସେହିଦିନ ସନ୍ଧ୍ୟାରେ କାଠଯୋଡ଼ି ନଦୀ ବାଲିରେ କରାଯାଇଥିଲା ଏକ ସଭା ।
ଏହାକୁ ଆଖିଆଗରେ ରଖି ଗାନ୍ଧିଜୀଙ୍କ କଟକ ଆମନର ଶତବାର୍ଷିକୀ ପାଳନ କରାଯାଉଛି । ଆଜି ସକାଳେ କଟକ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବହାରି ,ପହଞ୍ଚି ଥିଲା କଟକ ଦରଘାବଜାର ସ୍ଥିତ ପୁରୁଣା ଜେଲ ପଡିଆରେ କରା ଯାଇଥିବା ଗାନ୍ଧୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ ସ୍ଥଳରେ । ଏହି ଶୋଭାଯାତ୍ରା ରେ ଯୋଗ ଦେଇଥିଲେ କଟକ ସାଂସଦ ଭତୃହରି ମହତାବ, କଟକ-ଚୌଦାର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ -ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସମେତ ଉତ୍କଳ ଗାନ୍ଧୀ ସ୍କାରକ ନିଧି , ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ, କସ୍ତୁରବା ଟ୍ରଷ୍ଟ , ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର କର୍ମ କର୍ତ୍ତା ମାନେ ।
ଏହି ଶୋଭାଯାତ୍ରା ଗଲାବେଳେ ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ସନ୍ଧ୍ୟାରେ ଆୟୋଜିତ ପ୍ରଦର୍ଶନୀ ଉଦଘାଟିତ ହେବ । ଏଥିରେ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ,ରାଷ୍ଟ୍ରୀୟ ଗାନ୍ଧୀସଂଗ୍ରାହଳୟର ନିର୍ଦ୍ଦେଶକ ଆନ୍ନା ମଲାଇ ,କ୍ରିଷ୍ଣା ମହାନ୍ତି,ପ୍ରେରଣା ଦେଶାଇ, ସଞ୍ଜୟ ସିଂହ, ସଚିନ ରାଓ ପ୍ରମୁଖ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result