No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଭୁବନେଶ୍ଵର :- ପଛୁଆ ବର୍ଗ ଛାତ୍ର ଛାତ୍ରୀ ସଂରକ୍ଷଣ ନିମନ୍ତେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତି ଯେ,ମାନ୍ୟବର ସୁପ୍ରିମକୋର୍ଟ ଗତ ୧୮ ତାରିଖରୁ ଦେଶରେ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାର ସୀମା ୫୦%ରୁ ଉଦ୍ଦ୍ୱର୍ ହେବା ସମ୍ପର୍କରେ ବିଭିନ୍ନ ରାଜ୍ୟସରକାରଙ୍କ ମତାମତ ଲୋଡ଼ି ବିଚାର ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଦୃଷ୍ଟିଭଙ୍ଗୀ କ’ଣ ତାହା ସ୍ପଷ୍ଟ ହେବା ଉଚିତ୍ । ଓଡ଼ିଶା ସରକାର ବର୍ତ୍ତମାନପର୍ଯ୍ୟନ୍ତ କାହିଁକି ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କର ପକ୍ଷ ରଖୁନାହାନ୍ତି ବା ଓଡ଼ିଶାରେ ପଛୁଆବର୍ଗର ପିଲାମାନେ ୨୭% ସଂରକ୍ଷଣ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଯାହା ତାଙ୍କର ସାମ୍ବିଧାନିକ ଅଧିକାର ସେଥିରୁ ସେମାନେ ଦୀର୍ଘ ଦିନରୁ ବଞ୍ôଚତ । ରାଜ୍ୟସରକାର ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ୫୦%ରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ର ଯୁକ୍ତି ସର୍ବଦା ବାଢୁଛନ୍ତି ।
କାହିଁକି ଓଡ଼ିଶା-ସରକାର ଓଡ଼ିଶା ହାଇକୋର୍ଟର୍ଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଆଜିପର୍ଯ୍ୟନ୍ତ ହୋଇନାହାନ୍ତି? “”ଇନ୍ଦ୍ରସାହାନି’’(ମଣ୍ଡଳ-ନିଷ୍ପତ୍ତି) ବନାମ “”କେନ୍ଦ୍ରସରକାର’’ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟକରିଥିଲେ ଯେ ୫୦%ର ସଂରକ୍ଷଣ ସୀମା “”ବିଶେଷ ପରିସ୍ଥିତି’’ରେ ବଡ଼ାଯାଇପାରିବ । ଓଡ଼ିଶାର “”ବିଶେଷ ପରିସ୍ଥିତି’’ କ’ଣ? ରାଜ୍ୟର ଲୋକ ସଂଖ୍ୟାରେ ଆଦିବାସୀ ଓ ଦଳିତ ବର୍ଗଙ୍କ ସଂଖ୍ୟା ୩୮.୫% ଯାହା ସର୍ବଭାରତୀୟ ସ୍ତରଠାରୁ ୧୬% ଅଧିକ । ଏହାହିଁ ବିଶେଷ ପରିସ୍ଥିତିର ମୂଳ ବିଷୟ । ଗରିବୀ ଓ ଅନଗ୍ରସରତା ଆଉ ଏକ ମୁଖ୍ୟବିନ୍ଦୁ । ରାଜ୍ୟସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୁ କେବଳ ଏହି ବିଷୟଟିକୁ ଯଦି ଅତିତରେ ଆଣିଥା’ନ୍ତେ ତେବେ ଓଡ଼ିଶାର ପଛୁଆ ବର୍ଗ ଯାହାଙ୍କର ରାଜ୍ୟର ଲୋକସଂଖ୍ୟାରେ ୫୨% ସେମାନେ ତାଙ୍କର ସାମ୍ବିଧାନିକ ଅଧିକାରରୁ ଦୀର୍ଘ ବର୍ଷଧରି ବଞ୍ôଚତ ହୋଇନଥାନ୍ତେ । ମୁଁ ଜାଣେନା ଗତ ୨୦ବର୍ଷ ଧରି କାହିଁକି ଏହି ବର୍ଗକୁ ଉପେକ୍ଷା କରାଯାଇଛି ? ସାରାଦେଶରେ ପଛୁଆବର୍ଗ ଚାକିରି କ୍ଷେତ୍ରରେ ୨୭% ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ୨୭% ସଂରକ୍ଷଣ ପାଉଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୧୧.୨୫% ଚାକିରି କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ଆଦୌ ନାହିଁ ।
ସାଧାରଣବର୍ଗଙ୍କର ଗରିବ ପିଲାଙ୍କ ପାଇଁ ୧୦% ସଂରକ୍ଷଣ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବେ ଦିଆଯାଇଛି । ଓଡ଼ିଶାରେ ସାଧାରଣବର୍ଗ ଲୋକସଂଖ୍ୟାର ମାତ୍ର ୬% ଥିବାବେଳେ ୧୦% ସଂରକ୍ଷଣ ଅଥଚ ୫୨% ପଛୁଆବର୍ଗ ପାଇବେ ମାତ୍ର ୧୧.୨୫% ? ଏହା କେଉଁ ନ୍ୟାୟ? ମୁଖ୍ୟମନ୍ତ୍ରୀ ଆପଣଙ୍କ ସରକାର ଗତ ୧୫ ବର୍ଷରୁ ଉର୍ଦ୍ଦ୍ୱ ଏହି ବର୍ଗଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ଯାହାର ପରିଣାମ ହୋଇଛି – ଏହି ବର୍ଗର ପ୍ରାୟ ୨୦ହଜାର ପିଲା ଗେଜେଟେଡ଼ ଚାକିରିରୁ ବଞ୍ଚିତ ଅନ୍ୟାନ୍ୟ ଚାକିରିକୁ ମିସାଇଲେ ଆହୁରି ୨୦ହଜାର ହେବ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଥିଲେ ଅତିକମ୍ରେ ୫ହଜାର ଡ଼ାକ୍ତର ଓ ୨୦ହଜାର ଇଞ୍ଜିନିୟର ହେବାରୁ ହୋଇନଥାନ୍ତେ । ମୋର ଆପଣଙ୍କୁ ଅନୁରୋଧ ତୁରନ୍ତ ଓଡ଼ିଶା ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ପକ୍ଷ ରଖନ୍ତୁ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦେବାରେ ସହାୟକ ହୁଅନ୍ତୁ ବୋଲି ଶ୍ରୀକାନ୍ତ ତାଙ୍କ ଖୋଲା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
No Result
View All Result