No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଭୁବନେଶ୍ଵର :- ବିଧାନସଭାରେ ପୁଣି ଥରେ ଉଠିଛି ମହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନନ୍ତ ମୁଲତବୀ ରଖିଥିଲେ ବାଚସ୍ପତି । ପୂର୍ବରୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏତଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ୧୩ତମ ମୁଦାଲାରେ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ପ୍ରତାପ ଜେନାଙ୍କୁ ବହିସ୍କାର କରନ୍ତୁ ଓ ଗୃହରେ ବିବୃତି ରଖିବାକୁ ବିଜେପି ଦାବି କରିଛି ।
ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ସମୟରେ ଅଭିଯୋଗ ଆସିବା ପରରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କୃତ କରାଯାଇଥିଲା । ଏବେ ପ୍ରତାପଙ୍କ କ୍ଷେତ୍ରରେ ସରକାର ନୀରବ କାହିଁକି ବୋଲି ବିଜେପି ସଦସ୍ୟ ମାନେ ପ୍ରଶ୍ନ କରି ଗୃହରେ ହଟ୍ଟଗୋଳ କରିଥିଲେ । ସରକାର ଜଣେ ହତ୍ୟା ଅଭିଯୁକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିରୋଧି ବିଜେପି ଦଳର ସଦସ୍ୟ ମାନେ ଅଭିଯୋଗ କରିଥିଲେ ।
No Result
View All Result