No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ରାଉଲକେଲା :- ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ ବିର୍ଲାଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ମଧ୍ୟ କରାଯାଇଛି । ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଛି ।
ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଛନ୍ତି ଦେଶର ପ୍ରଥମ ନାଗରିକ । ସେ କହିଛନ୍ତି ଯେ, ଓଡ଼ିଶା ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ବେଶ୍ ସମୃଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ ।
ଦେଶ ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି। ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି। ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି କହିଲେ ରାଷ୍ଟ୍ରପତି। ଏହାସହ NIT ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା କହିଲେ ରାଷ୍ଟ୍ରପତି ।
ଏନଆଇଟିର ସମାବର୍ତ୍ତନ ଉତ୍ସବ ପରେ ଅପରାହ୍ନରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲର ଉଦଘାଟନ କରିବେ ରାଷ୍ଟ୍ରପତି। ପ୍ରାୟ ସାଢ଼େ ୪ଟାରେ ଏହି କାର୍ଯ୍ୟକ୍ରମ ସରିବ। ପରେ ରାଉରକେଲାରୁ ଝାରସୁଗୁଡ଼ା ଦେଇ ସଂଧ୍ୟାରେ ସେ ଭୁବନେଶ୍ୱର ଫେରି ଆସିବେ ବୋଲି ସୂଚନା ରହିଛି । ଆଜି ରାଜଭବନରେ ସେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ୍ ଷ୍ଟିଲସିଟି ଆସିଥିଲେ । NIT ରାଉରକେଲା ପ୍ରତିଷ୍ଠା ପରଠାରୁ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏଠାକୁ ଆସୁଥିବାରୁ ଛାତ୍ରଛାତ୍ରୀ, ଅଧିକାରୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି ।
୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ଅର୍ଥାତ ଆସନ୍ତାକାଲି, ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ। ଏଥିପାଇଁ ଉଭୟ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ କାରକେଡ୍ ରିହର୍ସାଲ ହୋଇଛି । ସୋମବାର ଦିନ ପ୍ରାୟ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ ଡ କୋବିନ୍ଦ ।
ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶ୍ରୀଜୀଉଙ୍କ ଦର୍ଶନ ପରେ କୋଣାର୍କ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟାରେ ସୂର୍ଯ୍ୟ ମନ୍ଦିର ନିକଟରେ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିବେ ବୋଲି ସୂଚନା ରହିଛି।
No Result
View All Result