No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଅଞ୍ଚଳ ରେ ଥିବା ପଥର ଖଣି ଗୁଡ଼ିକ ରେ ହେଉଥିବା ବେଆଇନ ପଥର ଖନନ କୁ ରୋକିବା ପାଇଁ ବହୁ ପୂର୍ବରୁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛନ୍ତି । ବେଆଇନ ଭାବେ ପଥର ଖଣି ମାଫିଆ ମାନଙ୍କ ଚୋରା ପଥର ଚାଲାଣ ରୋକିବା ପାଈଁ ଅନବରତ ପଥର ଖଣି ରେ ଚଢ଼ାଉ କରୁଥିବା ବେଳେ ଗତ ଶୁକ୍ର ବାର ଦିନ ଚାନ୍ଦପୁର ପୋଲିସ ଓ ତହସିଲଦାର ର ମିଳିତ ଚଢ଼ାଉ ରେ ଦୁଇ ଜଣ ପଥର ମାଫିଆ ଙ୍କୁ ଗିରଫ କରାଯାଇଛି ।
ରଣପୁର ରେ ପଥର ମାଫିଆ ଙ୍କ ପାଈଁ ଦେଖା ଦେଇଛି ଦଳୀୟ ନେତ୍ରୀ ଙ୍କ ଦରଦ । କର୍ମୀ ଙ୍କୁ ସାଙ୍ଗରେ ଧରି ଦଳୀୟ ନେତ୍ରୀ ତଥା ପୂର୍ବତନ ବିଧାୟିକା ସୁରମା ପାଢ଼ୀ ପହଞ୍ଚିଥିଲେ ଚାନ୍ଦପୁର ଥାନା ରେ । କିନ୍ତୁ ଥାନା ଅଧିକାରୀ କୌଣସି ରାଜନୈତିକ ଚାପ ଗ୍ରସ୍ତ ନହୋଇ ଅପରାଧି ଙ୍କୁ ଉଚିତ ଦଣ୍ଡ ଦେବା ପାଈଁ ଜେଲ ପଠାଇଥିବା ଜଣା ଯାଇଛି ।
ସେମାନେ ହେଲେ ଚମ୍ପାଗଡ଼ ଲିଟୁ ସମେତ ଡକାୟତ ରାଜା ର ସହଯୋଗୀ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ଉକ୍ତ ମାଫିଆ ଟାଙ୍ଗି ତହସିଲଦାର୍ ଙ୍କୁ ଟାର୍ଗେଟ କରିଥିବା ବେଳେ ତହସିଲଦାର ଙ୍କୁ ମାଡ଼ ମାରିବା ଓ ଅନ୍ୟାନ ଅସାମାଜିକ କାମ ରେ ଲିପ୍ତ ରହି ବେଆଇନ ଭାବେ ବୋରବରା , ଓସ୍ତପଡା , ଅରଖପଦା ଖଣି କୁ କବଜା କରି ରଖିଥିଲେ ଗଣେଶ୍ୱର ମାନ୍ଧତା ( ଲିଟୁ), ଅନ୍ୟ ଜଣେ ଡକାୟତି ରାଜା ର ସହଯୋଗୀ ଦୀପକ ରାଉତରାୟ ର କଳା କାରନାମା ର ଖୁଲାସା ହେବା ସହ ୧୨୭/୨୦, ୬୬/୨୦ କେସ୍ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ପରେ ଖଣି ମାଫିଆ ଙ୍କ ସହ ମିଶି ଏବଂ ଅନୈତିକ , ଅସାମାଜିକ କାର୍ଯ୍ୟ ରେ ଲିପ୍ତ ଥିବା ଡକାୟତ ରାଜା କୁ ଟାର୍ଗେଟ କରିଛି ଚାନ୍ଦପୁର ପୋଲିସ ବହୁ ଶୀଘ୍ର ଡକାୟତ ରାଜା ର କଳା ଚିଠି ଖୋଲିବେ ବୋଲି ଚାନ୍ଦପୁର ଥାନା ଅଧିକାରୀ ମତ ଦେଇଛନ୍ତି ।
No Result
View All Result