No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ଭାରି ମନେ ପଡୁ ଗାଁ ଚାଳିଆରେ ଭୋକିଲା ପେଟର ଥାଇ ଭରସା, ଦୁଃଖର ସୁଖର ସାଥି ଟିଏ ହୋଇ ହୃଦୟ ଭିତରେ ବାନ୍ଧିଛୁ ବସା, ଆରେ ମୋ ପଖାଳ କଂସା ।
ଶୀତ ହେଉ ଅବା ବରଷା ସକାଳ ପେଟ ଖୋଜୁ ଥାଏ କଂସାଏ ପଖାଳ, ଲୁଣି ହେଉ ଅବା ଶୁଖୁଆ ଅଲଣି, ଭାରି ରୁଚି ଲାଗେ ମନ ନିଏ କିଣି ଗୁଣ୍ଡେ ନେଇଗଲେ ପେଟ ପୁରି ଯାଏ କିଣି ନେଉ ମନ ନ କରି ହିଂସା, ଆରେ ମୋ ପଖାଳ କଂସା ।
ଖରା ଦିନେ ଖାଲି ମଧ୍ୟାହ୍ନ ବେଳାରେ ମନ ପଡୁ ଖାଲି ଆଖି ପଲକ ରେ, କଞ୍ଚାଲଙ୍କା ଲୁଣ ବଡି ଚୁରା ମଜା ଦରକାର ନାହିଁ ତରକାରୀ ଖୋଜା, ତୋ ସାଙ୍ଗରେ ଟିକେ ମିଶି ଗଲେ ଦହି ଅମୃତ ଠାରୁ ତୁ ଲାଗୁ ସରସା । ଆରେ ମୋ ପଖାଳ କଂସା ।୩
ଦିନ ଥିଲା ତୋତେ ଆଦରୁ ଥିଲେ ଯେ ଝୁମ୍ପୁଡି ଘରର ସେ ହାଣ୍ଡି ଶାଳ, ଏବେ ସିନା ତୋତେ ଆଦରି ନେଲେଣି ସହରର ପାଞ୍ଚ ତାରକା ହୋଟେଲ, ସେଠି ଛୋଟ ବଡ଼ ପଡେନି ଫରକ ତୋର’ ବଢିଯାଏ ଭାଉ ଲାଗି ବେଉସା । ଆରେ ମୋ ପଖାଳ କଂସା-୪
ଶ୍ରୀମନ୍ଦିରେ କେବେ ସନ୍ଧ୍ୟାର ଧୂପରେ ସୁବାସିତ ଭୋଗ ନାମେ ଦ୍ବିପ୍ରହରେ, ଦହି ଅଦା ମିଶା ମିଠା ଯେ ପଖାଳ ଟଙ୍କ ତୋରାଣିକୁ କିଏ ହେବ ତୁଲ, ବିଶ୍ୱ ବ୍ରହ୍ମାଣ୍ଡର ଯଶ ମାନ ପାଇ ଲଭି ଅଛୁ କେତେ କେତେ ପ୍ରଶଂସା ।ଆରେ ମୋ ପଖାଳ କଂସା୫
ଜନ୍ମ ସିନା ତୋର ଓଡ଼ିଶା ମାଟିରେ ସଭିଙ୍କର ମନ କିଣି ନେଉ ତୁ’ ,ହୋଟେଲ ର ଡାଇନିଙ୍ଗି ଟେବୁଲ ରେ ସଜେଇ ହେଉ ତୁ ବ୍ୟଞ୍ଜନ ରୂପରେ, ଓଡ଼ିଆ ଜାତିର ବଢିଆ ହୋଇ ତୁ ଦେଖାଉଛୁ ନୂଆ ନୂଆ ର ଦିଶା , ଆରେ ମୋ ପଖାଳ କଂସା । (ନାମ-ବାମଦେବ ବେହରା,ଗ୍ରାମ-ବିଲିପଡା,ଥାନା-ପିପିଲି,ଜିଲ୍ଲା-ପୁରୀ,mob-9437951601)(ଜଟଣୀ ରୁ ଇଫତେଖାର ଅଲ୍ଲୀ)
No Result
View All Result