No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) କଟକ :- ଅବକାରୀ ବିଭାଗ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ପ୍ରତିଦିନ ଚୋରା ଗଞ୍ଜେଇ କାରବାରକୁ ରୋକିବା ଲାଗି ସମସ୍ତ କର୍ମଚାରୀ ପେଟ୍ରୋଲିଙ୍ଗକୁ କଡାକଡି କରାଯାଇଛି । ଯାହଫଳରେ ଚୋରା ଗଞ୍ଜେଇ ଚାଲାଣ କାରିଙ୍କୁ ଧରିବାରେ ସଫଳ ହୋଇଛି । ଶୁକ୍ରବାର ସକାଳେ କଟକ ଅବାରୀ ପୋଲିସ ,
ପେଟ୍ରୋଲିଙ୍ଗ କରୁଥିବା ସମୟରେ, ମଙ୍ଗୁଳି ଛକ ନିକଟରେ ୧୫୦ କେଜି ଗଞ୍ଜେଇ ସହ ଏକ ମାରୁତି ସୁଜୁକି କାରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ୍ୟ ଟଙ୍କା ହେବ ଵୋଲି ,କଟକ ଅବକାରୀ ପୋଲିସ ଡେପୁଟି ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେଶ୍ରା ପ୍ରକାଶ କରିଛନ୍ତି । ଧରାପଡିଥିବା ଚୋରା ଗଞ୍ଜେଇ ଫୁଲବାଣୀରୁ କଲିକତା ଯାଉଥିଲା । ଏହି କାରବାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ହେଲେ ଶେକ୍ ରାହୁଲ ଏବଂ ସେକ୍ ରମଜାନ ।
ସେମାନଙ୍କ ବିରୁଦ୍ଧରେ ଏନଣ୍ଡିପିଏସ୍ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଧରପଗଡ଼ରେ କଟକ ଅବକାରୀ ଆଇଆଇସି ସୁଶାନ୍ତ କୁମାର ପାଢ଼ୀ, ଉମାକାନ୍ତ ସ୍ୱାଇଁ, ସରୋଜ ପରିଡା, ସଚିନ ବେହେରା, ନଟବର ମଲ୍ଲିକ, ପ୍ରଦୀପ ବେହେରା, ଦିଲ୍ଲୀପ ନନ୍ଦ ଆଦି ସାମିଲଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result