No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ଗଣିଆ :- ନୟାଗଡ ବନଖଣ୍ଡ ଅନ୍ତର୍ଗତ ଗଣିଆ ବନାଞ୍ଚଳ ଅଧିନରେ ଥିବା ୱାଲିପୁର ଗ୍ରାମର ଭଗବତ୍ ପଣ୍ଡା ଙ୍କ ଘରେ ହରିଣ ମାଂସ ବିକ୍ରି ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତାଙ୍କ ଘରୁ ୧୫ କେଜି ହରିଣ ମାଂସ ,ବିକ୍ରି ପାଇଁ ବ୍ୟବହୃତ ହେଉଥିବା ତକଡ଼ି,ଓ ଚାପଡ଼ ଜବତ କରିବା ସହ ଭଗବତ୍ ପଣ୍ଡା ଓ ତାଙ୍କ ପୁଅ ଅଜିତ କୁମାର ପଣ୍ଡା କୁ ଗିରଫ କରି ଓ ଆର୍ କେସ ନଂ – ୪୮ – ୨୦/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ନେଇ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ସୂଚନା ଦେଇଛନ୍ତି ।
ଉକ୍ତ ଚଢ଼ାଉ ସମୟରେ ଗଣିଆ ବନାଞ୍ଚଳ ଅଧିକାରିଣୀ ଙ୍କ ସହିତ ବନପାଳ ସନ୍ତୋଷ ପ୍ରଧାନ,ବନ ସୁରକ୍ଷା କର୍ମଚାରୀ ପବିତ୍ର ପରିଡ଼ା,ନୀଳମଣି ଦଳେଇ ସାମିଲ୍ ଥିଲେ । ତେବେ ଗଣିଆ ବନାଞ୍ଚଳ ଅଧିକାରିଣୀ ଙ୍କ ଏଭଳି ଚଢ଼ାଉ ଦ୍ଵାରା କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗଣିଆ ବନାଞ୍ଚଳ ଅଧିକାରିଣୀ ଙ୍କ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଦୁଃସାହସିକ କାର୍ଯ୍ୟ ଯୋଗୁଁ ନୟାଗଡ ବନଖଣ୍ଡ ଅଧିକାରୀ ତାଙ୍କୁ ଶ୍ରେଷ୍ଠ ବନାଞ୍ଚଳ ଅଧିକାରିଣୀ ଭାବେ ପୁରସ୍କୃତ କରିଥିଲେ । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result