No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମାର୍ଚ୍ଚ , ଗୁରୁବାର ) ଓଡ଼ଗାଁ :- ସାରା ଦେଶରେ ଆତଙ୍କ ଖେଳାଇ ଥିବା କରୋନା ମହାମାରୀ ସମୟରେ ପଞ୍ଚାୟତ ର ଜନସାଧାରଣ ଓ ପ୍ରବାସୀ ଓଡ଼ିଆଙ୍କୁ ସଠିକ୍ ସେବା ଯୋଗାଇବା ସହିତ ସଂଗରୋଧ ଗୃହ କୁ ସୁପରିଚାଳନା ପାଇଁ କୁରାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ଓ ସମାଜସେବୀ ପ୍ରଭାତ ପ୍ରଧାନ ଙ୍କୁ ଟାଇମସ୍ ଇଣ୍ଡିଆ ଚ୍ୟାନେଲ ତରଫରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମ୍ମାନୀତ କରାଯାଇଛି । କରୋନା ମହାମାରୀ ସମୟରେ ଆଶା କର୍ମୀ ଓ ଅଙ୍ଗନବାଡ଼ି
କର୍ମୀ ମାନଙ୍କ ସହିତ କୁରାଳ ପଞ୍ଚାୟତ ର ସରପଞ୍ଚ ଙ୍କ ମିଳିତ ଉଦ୍ୟମରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ମାନଙ୍କୁ ଘର ଘର ବୁଲି ସଚେତନ କରାଇବା ସହ ମାସ୍କ ବାଣ୍ଟିବା , ପଞ୍ଚାୟତ କୁ ସାନିଟାଇଜ୍ କରିବା , ଡ଼ାକବାଜି ଯନ୍ତ୍ର ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ କରିବା ପାଈଁ ଅଣ୍ଟା ଭିଡିଥିଲେ । ଏଥିସହ ମୁହଁ ଓ ହାତକୁ ବାରମ୍ବାର ସାବୁନ ଲଗାଇ ସ୍ବଛ ରଖିବା ପାଈଁ ଲୋକ ଙ୍କୁ ସଚେତନତା କରାଇଥିଲେ । ପଞ୍ଚାୟତବାସୀଙ୍କ ତରଫରୁ ମଧ୍ୟ ଅନେକ ପ୍ରଶଂସା ର ସୁଅ ଛୁଟି ଆସିଛି । ଏହି ଭଳି ମହନୀୟତା କାର୍ଯ୍ୟ ପାଈଁ ପଞ୍ଚାୟତ ରେ ସରପଞ୍ଚ ଏକ ଉଦାହରଣ ପାଲଟିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result