No Result
View All Result
‘କୃଷି ଓଡ଼ିଶାି’ର ଚତୁର୍ଥ ଦିବସ
ଓଡ଼ିଶା ତାଜା ନ୍ୟୁଜ (୧୮ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର :- ସାଂପ୍ରତିକ ପରିସ୍ଥିତିରେ ସମନ୍ୱିତ ଚାଷ ପଦ୍ଧତି ଓଡ଼ିଶାର କୃଷିକୁ ଦ୍ରୁତ ଅଗ୍ରଗତି ପଥରେ ନେଇପାରିବ ଏବଂ କୃଷକମାନଙ୍କୁ ସଶକ୍ତ କରିପାରିବ । ସଶକ୍ତ କୃଷକ ହିଁ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସହାୟକ ହୋଇପାରିବ । ଚାଷର ପଦ୍ଧତି ବଦଳୁଥିବାରୁ ସମୟ ସହିତ ତାଳ ଦେଇ ନୂତନ ଚାଷ ପଦ୍ଧତିକୁ ଆପଣେଇ ପାରିଲେ ତୃଣମୂଳ ସ୍ତରରେ ଚାଷୀମାନେ ଉନ୍ନତି କରିପାରିବେ ବୋଲି ବକ୍ତାମାନେ ମତ ଦେଇଛନ୍ତି । ଆଜି ‘କୃଷି ଓଡ଼ିଶା-୨୦୨୧ି’ର ଚତୁର୍ଥ ଦିବସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ସମନ୍ୱିତ ଚାଷ ପଦ୍ଧତିରେ ଗୋଟିଏ ଚାଷ ଅନ୍ୟ ଚାଷ ପାଇଁ ପରିପୂରକ ଅଟେ ଏବଂ ଏହା ଦ୍ୱାରା କୃଷକମାନେ ବର୍ଷସାରା ଆୟ ପାଇପାରିବେ ବୋଲି କୁଳପତି ଡ. ଅଗ୍ରୱାଲ କହିଥିଲେ । ଏଥି ସହିତ ସମନ୍ୱିତ ଚାଷକୁ ବାଣିଜି୍ୟକ ଭିତ୍ତିରେ କରିବା ପାଇଁ କୁଳପତି ଡ. ଅଗ୍ରୱାଲ ଚାଷୀଭାଇଙ୍କୁ ପରାମର୍ଶ ଦେଇଥିଲେ ା ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତି ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନୀମାନେ ନିରନ୍ତର ପ୍ରୟାସ ଜାରି ରଖି ଉନ୍ନତ ଓ ଅଧିକ ଅମଳକ୍ଷମ ବିହନ ଓ ଚାଷ ପଦ୍ଧତି ବିକାଶ କରୁଛନ୍ତି ବୋଲି କୁଳପତି ଡ. ଅଗ୍ରୱାଲ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେବା ଅବସରରେ ଚାଷୀଭାଇମାନଙ୍କ ସହଯୋଗ ଓ ଆଗ୍ରହ ଫଳରେ ‘କୃଷି ଓଡ଼ିଶାି’ ଅପାର ସଫଳତା ହାସଲ କରିପାରିଛି ବୋଲି କହିଥିଲେ । ଶେଷରେ ‘ଇମେଜି’ର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘ବଳରାମ ଯୋଜନା ସମ୍ବନ୍ଧୀୟ ଜାଣିବା କଥାି’ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ମତ୍ସ୍ୟ ଚାଷରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା ୩୦ଟି ଜିଲ୍ଲାର ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଦକ୍ଷତା କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ା ‘କୃଷି ଓଡ଼ିଶାି’ର ଚତୁର୍ଥ ଦିନ ପୂର୍ବାହ୍ନରେ ଆୟୋଜିତ ‘ଚାଷୀଙ୍କ ଅଧିକ ଆୟ ପାଇଁ ଫସଲର ବିବିଧିକରଣି’, ‘କୃଷି କ୍ଷେତ୍ରରେ କୃଷକଙ୍କ ସମୃଦ୍ଧି ଓ ଅଭିବୃଦ୍ଧିରେ ଜଳସଂପଦ ବିଭାଗର ଭୂମିକାି’ଏବଂ ‘ପରିବର୍ତ୍ତିତ ଜଳବାୟୁ ଓ ପୁଷ୍ଟିସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷି’ ଶୀର୍ଷକ ପାଠଶାଳାରେ ବକ୍ତାମାନେ ବିଶଦ ଭାବରେ ଆଲୋଚନା କରିଥିଲେ ।
‘ଚାଷୀଙ୍କ ଅଧିକ ଆୟ ପାଇଁ ଫସଲର ବିବିଧିକରଣି’ ପାଠଶାଳାରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ‘କୃଷି କ୍ଷେତ୍ରରେ କୃଷକଙ୍କ ସମୃଦ୍ଧି ଓ ଅଭିବୃଦ୍ଧିରେ ଜଳସଂପଦ ବିଭାଗର ଭୂମିକାି’ପାଠଶାଳାରେ ଓଡ଼ିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଏବଂ ‘ପରିବର୍ତ୍ତିତ ଜଳବାୟୁ ଓ ପୁଷ୍ଟିସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷି’ ପାଠଶାଳାରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ପାଠଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପାରମ୍ପରିକ ଚାଷ ବଦଳରେ ଅଧିକ ଅର୍ଥକରୀ ଫସଲ ଚାଷର ଖସଡ଼ା ପ୍ରସ୍ତୁତ କରିବା ପାଇଁ କହିଥିଲେ ା ସଂପ୍ରତି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଫସଲର ବିବିଧିକରଣ ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । କର୍ମଶାଳାରେ ଧାନଚାଷ ପରେ ଖାଲି ପଡ଼ୁଥିବା ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହିତ ବୃଷ୍ଟିପୁଷ୍ଟ ଅଞ୍ଚଳରେ ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ କ୍ଷୁଦ୍ରଶସ୍ୟ ଚାଷର ଚାଷୀଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ‘ଓଡ଼ିଶା ମିଲେଟ୍ ମିଶନି’ରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷର ଉନ୍ନତି ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ପାଠଶାଳାରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
No Result
View All Result