No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ପ୍ରଥମ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ୍ ୱାର୍ଡ଼ ନଂ-୩୬ ଠାରେ ୧୩ ଓ ୧୪ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରିମିୟର ଲିଗ୍ରେ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ସୋଲାର କ୍ଲବ ଓ ସହିଦ ନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୬ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ସୋଲାର କ୍ଲବ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୩୮ରନ ସଂଗ୍ରହ କରିଥିଲା । ଜବାବରେ ସହିଦ ନଗର ବିନା ୱିକେଟରେ ମ୍ୟାଚ୍ ବିଜୟୀ ହୋଇଥିଲା ।
ବିଜେତା ଦଳକୁ ୧୨୦୦୦ ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୭୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ତୃତୀୟ ସ୍ଥାନ ପାଇଁ ୟୁନିଟ୍-୪ର ରାମପୁର କ୍ଲବ ଏବଂ ଚତୁର୍ଥ ସ୍ଥାନ ପାଇଁ ୟୁଜିସିିସି କ୍ଲବକୁ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାନ୍ ଅଫ ଦି ମ୍ୟାଚ ଭାବେ ସହିଦ ନଗରର ସୁନିଲ ଏବଂ ମ୍ୟାନ୍ ଅଫ ଦି ସିରିଜ ଭାବେ ସୋଲାର କ୍ଲବ, ୟୁନିଟ୍-୪ର ମଦନ ପଲେଇଙ୍କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଅମରେଶ ଜେନା, ମୁଖ୍ୟବକ୍ତା ଭାବେ ବିରଞ୍ôଚ ନାରାୟଣ ମହାସୁପକାର ଯୋଗଦେଇ ବିଜୟୀ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ସମାଜସେବୀ ବଦ୍ରୀନାରାୟଣ ମିଶ୍ର ସମସ୍ତ ମ୍ୟାଚକୁ ସହଯୋଗ କରିବା ସହ ପ୍ରତିବର୍ଷ ୱାର୍ଡ଼ ନଂ ୩୬ରେ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ବିଜୁପଟ୍ଟନାୟକ ପ୍ରିମିୟର ଲିଗ କରିବେ ବୋଲି ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରହରି ମହାପାତ୍ର, ହିରଣ୍ୟ କୁମାର ବେହେରା, ଅକ୍ଷୟ ବେହେରା, ମନୋଜ ମିଶ୍ର, ଆଦିତ୍ୟ ପକାଶ ବେହେରା ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result