No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) କଟକ :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରା ମୌଜାରେ ଅବସ୍ଥିତ ବାବା ଲକ୍ଷେଶ୍ୱର ମହାଦେବଙ୍କ ପୀଠ । ବାଵା ଲକ୍ଷେଶ୍ୱର ମହାଦେବଙ୍କ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ ।
ଆଜି ବାବାଙ୍କର ଜନ୍ମ ଦିନ । ଭୋର ଚାରିଟାରୁ ମନ୍ଦିର ଦ୍ୱାର ଫିଟାଯାଇ, ସ୍ନାନ ନୀତିକାନ୍ତି ଆଦି କାର୍ଯ୍ୟ ଭୋର ପାଞ୍ଚଟାରେ ଅନୁଷ୍ଠିତ ହୋଇଥିଲା । ପରେ ପରେ ସାଧାରଣ ଦର୍ଶନ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାବା ଲକ୍ଷେଶ୍ୱରଙ୍କୁ ବିଭିନ୍ନ ଫୁଲ,ଚନ୍ଦନ, ଅଗୁର ଆଦି ସୁଗନ୍ଧିତ ଦ୍ରବ୍ୟରେ ପୂଜକମାନେ ସୁନ୍ଦର ବେଶରେ ସଯେଇ ଦେଇଥିଲେ ।
ବାବାଙ୍କ ପାଇଁ ସଖାଳ ଧୂପରେ ଚୁଡାଘଷା କରାଯାଇ ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନ ଧୂପ, ଆଦି ସୁରୁଖୁରୁରେ କରାଯାଇଥିଲା । ବାବାଙ୍କ ଜନ୍ମ ଦିନରେ ଶ୍ରଦ୍ଧାଳୁ ମାନେ ପ୍ରଭୁ ଲକ୍ଷେଶ୍ୱରଙ୍କୁ ଦର୍ଶନ କରି ସେମାନଙ୍କ ଜୀବନ ଧନ୍ୟ ହୋଇ ଗଲା ବୋଲି କହିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result