• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁଲିସ ହାତରେ ବାରିପଦାର ନାବାଳକ ଡେଙ୍ଗା – ଗେଡ଼ା ଗ୍ୟାଙ୍ଗ୍‌

Proprietor Abhimanyu Maharana by Proprietor Abhimanyu Maharana
March 16, 2021
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ପୁଲିସ ହାତରେ ବାରିପଦାର ନାବାଳକ ଡେଙ୍ଗା – ଗେଡ଼ା ଗ୍ୟାଙ୍ଗ୍‌
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ବାରିପଦା :-  ଜଣଙ୍କ ବୟସ ମାତ୍ର ୧୧-୧୨ ବର୍ଷ ହୋଇଥିବାବେଳେ ଆଉ ଜଣକର ୧୪ ବର୍ଷ । ମାତ୍ର ଘର, ଦୋକାନ ଆଦିର କବାଟ ତାଡ଼ି ଚୋରି କରିବାରେ ପୁରା ଓସ୍ତାଦ। ଏଭଳି ଏକ ଡେଙ୍ଗା ଗେଡ଼ା ଗ୍ୟାଙ୍ଗ୍‌କୁ ଧରିଛି ବାରିପଦା ଟାଉନ୍ ଥାନା ପୁଲିସ । ଗତକାଲି ଦିନଦ୍ବିପ୍ରହରରେ ତକତପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରୁ ଏହି ଦୁଇ ଜଣ ଡେଙ୍ଗା ଗେଡ଼ା ବାଳୁତ ଗ୍ୟାଙ୍ଗ୍‌ ଗ୍ରୀଲ୍‌ ତାଡ଼ି ଟଙ୍କା ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଥିଲା । ୨୪ ଘଣ୍ଟା ନ ପୁରୁଣୁ ଉକ୍ତ ଦୁଇ ବାଳୁତ ଗ୍ୟାଙ୍ଗ୍‌କୁ ଧରିଛି ପୁଲିସ । ଦୁଇ ଜଣଙ୍କ ପାଖରୁ ୯ହଜାର ୩ଶହ ଟଙ୍କା ସହିତ କିଛି ରୂପା ଅଳଙ୍କାର ଜବତ କରିଛି ପୁଲିସ। ତେବେ ଏମାନଙ୍କ ଚୋରି କାହାଣୀ ଆଶ୍ଚର୍ଯ୍ୟ କଲା ଭଳି ।  ଚୋରି ଟଙ୍କା ଖର୍ଚ୍ଚ କରିବାକୁ ବାଲିଡ଼ିହା ଡ୍ୟାମ୍‌କୁ ଯାଇଥିଲେ ଏହି ଦୁଇ ଡେଙ୍ଗା ଗେଡ଼ା ବାଳୁତ। ସିସିଟିଭିରେ ଏହି ଦୁଇ ବାଳକଙ୍କ ଚୋରି କରିବାର ଦୃଶ୍ୟ କଏଦ ହୋଇଥିଲା । ଏନେଇ ପୁଲିସ ତ୍ବରିତ ଢଙ୍ଗରେ ତଦନ୍ତ ଆରମ୍ଭ କରିଥିଲା ।  ଖୋଦ୍‌ ଆଇଆଇସି ବୀରେନ୍ଦ୍ର ସେନାପତି ଏହି ଚୋରି ଘଟଣାର ତଦନ୍ତ କରୁଥିଲେ । ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇ ଏହି ଟାଉନ୍‌ ଥାନା ଅଞ୍ଚଳର ଏକ ବସ୍ତି ଅଞ୍ଚଳରୁ ଦୁଇ ନାବାଳକ ଏପରି ଚୋରିରେ ସିଦ୍ଧହସ୍ତ ଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଅଧିକ ତଦନ୍ତ କରି ବାଲିଡ଼ିହା ଡ୍ୟାମ୍‌ ନିକଟରୁ ଧରିଥିଲେ । ଦୁଇ ବାଳକ ‌ପୂର୍ବରୁ ମଧ୍ୟ ଏକାଧିକ ଲୁଟ୍‌ରେ ସାମିଲ ଥିବା ତଦନ୍ତ କାଳରେ ଜାଣିବାକୁ ପାଇଛି ପୁଲିସ ।

ଦୁଇ ଜଣଙ୍କ ପରିବାରର ଆର୍ଥିକ ଅବସ୍ଥା ସେପରି ସ୍ବଚ୍ଛଳ ନଥିବା ଜାଣିବାକୁ ମିଳିଛି। ତେବେ ଚୋରି ଅର୍ଥକୁ ଖର୍ଚ୍ଚ କରୁଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ । ଦୁଇ ନାବାଳକଙ୍କ ଧାରା-୧୬୧ରେ ବୟାନ ରେକର୍ଡ କରାଯାଇଛି । ଏହି ଘଟଣା ବାରିପଦାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏତେ କମ ବୟସରୁ ଏପରି ଚୋରିରେ ସଂପୃକ୍ତି ସମସ୍ତଙ୍କୁ ବିସ୍ମିତ କରିଛି । ଲକ୍ଷେ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟିଥିଲା l ପୁଲିସ ହାତରେ ପଡ଼ିଥିବା ଡେଙ୍ଗା‌ ଗେଡ଼ା ନାବାଳକ ଗ୍ୟାଙ୍ଗ୍‌ ପୂର୍ବରୁ ମଧ୍ୟ ଏକାଧିକ ଚୋରି ଓ ଲୁଟ୍‌ରେ ସାମିଲ ଥିବା ଜାଣିବାକୁ ପାଇଛି ପୁଲିସ । ତେବେ ଅଧିକାଂଶ ଚୋରିର ଅଭିଯୋଗ ହୋଇନଥିବାରୁ ପୁଲିସ ଆଖିରୁ ଲୁଚି ବୁଲୁଥିଲେ ଦୁଇ ବାଳକ । ଗେଡ଼ା ସଦସ୍ୟ ଜଣଙ୍କ ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଏକ ଲକ୍ଷ ଟଙ୍କା ଚୋରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି । ଏହି ଟଙ୍କାକୁ ସେ ସାଙ୍ଗମାନଙ୍କୁ ବାଣ୍ଟିବା ସହିତ ଫାଷ୍ଟଫୁଡ୍‌ ଖାଇବାରେ ଖର୍ଚ୍ଚ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଚାଲି ଚାଲି ଏମାନେ ଚୋରି କରିଥାଆନ୍ତି । ବାରିପଦାରୁ ଦୂରକୁ ଯାଇ ଖର୍ଚ୍ଚ କରିଥାଆନ୍ତି। ବେଶ ସରଳ ଦେଖାଯାଉଥିବା ଏହି ଦୁଇ ଜଣ କିନ୍ତୁ ଚୋରିକୁ ବେଶ ଉପଭୋଗ କରୁଥିବା ପ୍ରକାଶ । ଯେଉଁଠୁ ନାହିଁ ସେଠୁ କୌଶଳ କରି କବାଟ, ଝରକା ତାଡ଼ି ଭିତରକୁ ଯାଇ ଚୋରି କରିଥାଆନ୍ତି। ସୁନା ରୂପା ଅପେକ୍ଷା ନଗଦ ଟଙ୍କା ଚୋରିକୁ ସେମାନେ ପ୍ରାଧାନ୍ୟ ଦେଉଥିବା ପ୍ରକାଶ ।

(ରିପୋର୍ଟ – ଦୀପ୍ତିମାନ ପତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

June 11, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version