କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି : କୃଷି ମନ୍ତ୍ରୀ ଡ. ସାହୁ
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଭୁବନେଶ୍ୱର :- ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳର ବ୍ୟବହାର କରିବାକୁ ପଡ଼ିବ । ସମୟର ଆହ୍ୱାନ ହେଲା ପରିବର୍ତ୍ତିତ ପରିସ୍ଥିତିରେ ନୂତନ ବ୍ୟବସ୍ଥାକୁ ଆପଣାଇବା ଦରକାର । ଜଳବାୟୁ ପରିବର୍ତ୍ତନ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।
ଆଜି ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଜଳସେଚନର ସୁବିଧା ଯୋଗାଇଦେବା ଦିଗରେ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ନୂତନ ଜ୍ଞାନକୌଶଳର ବ୍ୟବହାର ନିମନ୍ତେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏ ଦିଗରେ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍ ଗଠନ ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ । ଏଥି ସହିତ ସମନ୍ୱିତ କୃଷି ଦ୍ୱାରା କୃଷକମାନଙ୍କର ସାମଗ୍ରିକ ଆୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।
ବୈଠକରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ସଂପ୍ରତି ‘କୃଷି ଓଡ଼ିଶାି’ର ଲୋକପି୍ରୟତା ବୃଦ୍ଧି ପାଇବାରୁ ଏହା ଏକ ବୃହତ୍ ମେଳା ଭାବରେ ତା’ର ଉପସ୍ଥିତି ଜାହିର କରିପାରିଛି । ଏହି ‘କୃଷି ଓଡ଼ିଶା’ରୁ ଚାଷୀମାନେ ବହୁତ କିଛି ଶିଖିବାକୁ ପାଆନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ କିଭଳି ଅଧିକ ଅମଳ କରିବେ, ଅଧିକ ଲାଭବାନ ହେବେ ସେଥିଲାଗି ଚେଷ୍ଟା କରନ୍ତି । ‘କୃଷି ଓଡ଼ିଶା’ର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଓ ଚାଷୀଙ୍କୁ ଉନ୍ନତ ମାନର ଜ୍ଞାନକୌଶଳ ଓ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇବା ।
‘କୃଷି ଓଡ଼ିଶା’ ର ବିଭିନ୍ନ ଦିବସରେ କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଆଜି ଏହି କ୍ରମରେ ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀ-କୃଷକ ସଶକ୍ତିକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କୃଷକ ଉତ୍ପାଦକ ଗୋଷ୍ଠୀର ଉତ୍ପାଦିତ ବିକି୍ରବଟାର ସୁବିଧା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେହିପରି ‘ଫୁଲଚାଷ, ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତି’ ବିଷୟରେ ଆଲୋଚନା ଚକ୍ର ଫୁଲଚାଷୀମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସଂପ୍ରତି ରାଜ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ମତ୍ସ୍ୟ ରପ୍ତାନୀ କରୁଥିବାବେଳେ ‘ମାଛଚାଷ-ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥି’ ଆଲୋଚନା ଚକ୍ର ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ଅତିଥିମାନଙ୍କ ଦ୍ୱାରା ଏକ୍ସପର୍ଟ କମିଟି ରେକୋମେଣ୍ଡେସନ୍ (Expert Committee Recommendation) ପୁସ୍ତକ ଲୋକାର୍ପିତ ହୋଇଥିଲା ।